STORYMIRROR

Panchanan Jena

Inspirational

4  

Panchanan Jena

Inspirational

ନିୟନାଭିରାମ

ନିୟନାଭିରାମ

1 min
256

ପୋଟଳଚିରା ଆଖି ସଦାନୀରା ନଈ

  ପାଣିରେ ପୁରୁତା ଭବୁ ଟୁବୁ

  କୂଳ ଲଙ୍ଘିବାକୁ ହାକୁ ହାବୁ ।


କଜଳମଖା ଆଖି ଧାରୁଆ କରତ 

  ଖଣ୍ଡିଆ ଖାବରା କରିବାକୁ

  କ୍ଷତାକ୍ତ ରକ୍ତାକ୍ତ କରିବାକୁ ।


ପୂରିଲା ପୂରିଲା ଆଖି ଅଛିଣ୍ଡା ଫାସ 

  ମନ ମସ୍ତିଷ୍କ ଛନ୍ଦିବାକୁ

  ଚିନ୍ତା ଚେତନା ମନ୍ଥିବାକୁ ।


ସୁନ୍ଦର ସୁଠାମ ଆଖି କୁହୁକ ଡାକ

   ଖସଡ଼ା ପଥରେ ପାଦ ଥାପିବାକୁ

   ଅଦିନିଆ ପାଗରେ ଗରମ ହେବାକୁ ।


କଳା ଘୁମର ଆଖି ଖୋଲା ମେଲା ଗାତ

   ପୋଷା ମନେଇ ବାକୁ

  ମୁରୁକି ଫସେଇ ବାକୁ ।


ମୟୂରଚୂଳିଆ ଆଖି କପଟ ପାଶା

  ଚକ୍ରବ୍ୟୁହ ରେ ଦବେଇ ବାକୁ

   ପ୍ରେମ ଜାଲରେ ବାନ୍ଧିବାକୁ


ଆକାଶରଙ୍ଗିଆ ଆଖି ନିଶବ୍ଦ ଆମନ୍ତ୍ରଣ 

  ବାହୁ ବନ୍ଧନରେ ଛୁଇଁବାକୁ

   ଇଙ୍ଗିତରେ ଚୁମ୍ବନ ଆଙ୍କିବାକୁ


ଚିଲହଁସୁଆ ଆଖି ନିର୍ମଳ ପ୍ରେମ ନିବେଦନ

   ଅମୃତ ପ୍ରେମ ଚାଖିବାକୁ

   ଶାସ୍ୱତ ପ୍ରେମାଳାପ କରିବାକୁ


 ଢଳ ଢଳ ଆଖି ଅକ୍ଷତ ଉପନ୍ୟାସ

 ପୁଷ୍ଠା ପରେ ପୁଷ୍ଠା ଉଲଟେଇବାକୁ

ଅଙ୍ଗୁଳି ପ୍ରବେଶ କହୁଣି ମାରିବାକୁ


ନୀଳପଦ୍ମ ଆଖି ତୁଳାଭିଣା ଭସା ବଉଦ

ରୂପସୀ ପାଖକୁ ଭଡେଇ ନେବାକୁ

ଷୋଡ଼ଶୀ କୂଳକୁ ମଣ୍ଡନ କରିବାକୁ


ନୀରବ ଆଖି ମୁଦ୍ରାରେ

ନିର୍ମଳ ଆଖି ଯୋଡାରେ

ଯେବେ ଆଙ୍କିଯାଏ ନୟନାଭିରାମ


ସ୍ନେହିଳ ଆଖି ଠାଣିରେ

କୌତୁକ ଆଖି ଭାଷାରେ

ଯେବେ ପଢିହୁଏ ବେଦନା ମନସ୍କାମ


ସାର୍ଥକ ତା ଜୀବନ ଧାରା

ଆଖିକୋଣରେ ଭଇଁଲା ଜାଣ

ପ୍ରେମ ଧୁବତାରା ।


Rate this content
Log in

Similar oriya poem from Inspirational