ନିଷ୍କାମ ସେବା
ନିଷ୍କାମ ସେବା
ମାଆ ଲୋ ମାଆ ମୁଁ କାନ ଧରୁଛି ଲୋ
ଆଉ ହେବି ନାହିଁ ଦୁଷ୍ଟ
କଥା ମାନିବି ମୁଁ ସବୁବେଳେ ତୋର
ହୋଇବି ମୁଁ ଶାନ୍ତଶିଷ୍ଟ
ସତ କହୁଛି ମୁଁ କାନ ଧରୁଛି ଲୋ
ଆଉ ହେବି ନାହିଁ ଦୁଷ୍ଟ
କଥା ମାନିବି ମୁଁ ସବୁବେଳେ ତୋର
ହୋଇବି ମୁଁ ଶାନ୍ତଶିଷ୍ଟ
ହେଲା ନ କରି ମୁଁ କହୁଛି ମାଆ ଲୋ
ପଢ଼ିବି ମନ ଲଗାଇ
ପଢୁଥିବା ବେଳେ ଜମା ଖେଲିବିନି
ଟିଭିକୁ ଦେଖିବି ନାହିଁ
ରୋଗୀ ହେଉ ଅବା ଦୁ଼ଃଖୀ ହେଉ ସିଏ
ହେଉ କି ଗରିବ ଅବା
ସଭିଙ୍କର ମନ ସବୁବେଳେ ବୁଝି
କରିବି ନିସ୍କାମ ସେବା ।