ନିଶ୍ଚୟ ଜିତିବା
ନିଶ୍ଚୟ ଜିତିବା


କମୁନାହିଁ ମୃତ୍ୟୁ ସ°ଖ୍ୟା
ବଢେ ସ°କ୍ରମଣ
ଜୀବନ ଜୀବିକା ପାଇଁ
ଯାଏ କେତେ ପ୍ରାଣ ।
କରୋଣା ର ପ୍ରକୋପର
କରୁଣ କାହାଣୀ
କହୁଥିଲେ ସରିବନି
ସହିବି ହେବନି ।
ସମାଜରୁ ସ°କ୍ରମିତ
ହୁଅନ୍ତି ବାସନ୍ଦ
ସ°କ୍ରମଣ ଆଶଙ୍କାରେ
ହଜିଯାଏ ନିଦ ।
ଗୃହବନ୍ଦୀ ବରିଷ୍ଠଙ୍କ
ଟଳମଳ ପାଦ
ମାନସିକ ଚିନ୍ତା ଯୋଗୁ
ବଢେ ଅବସାଦ ।
ଶିଶୁ ହୁଅନ୍ତୁ କି ସିଏ
ହୁଅନ୍ତୁ କିଶୋର
ଘରେ ରହି ପିଲାଗୁଡା
ହେଉଛନ୍ତି ବୋର୍ ।
କରୋଣା କୁ ନେଇ ନିତି
ନୂଆ ନୂଆ କଥା
ପଢିପଢି ଶୁଣିଶୁଣି
ବଢେ ମୁଣ୍ଡବଥା ।
ଗୁଜବ ବି ବେଳେବେଳେ
ଦେଉଛି ଡରାଇ
ଗୁଜବକୁ ଦୟାକରି
କାନ ଦିଅ ନାହିଁ ।
ଡରିବାନି ହାରିବାନି
ସତର୍କ ରହିବା
କଟକଣା ମାନି ଆମେ
ନିଶ୍ଚୟ ଜିତିବା ।