STORYMIRROR

Dilip Kumar Tripathy

Inspirational

3  

Dilip Kumar Tripathy

Inspirational

ନିଶ୍ଚନ୍ଦ୍ର ଆକାଶ ଆଉ ‘ଲିଲି ପାଢି’

ନିଶ୍ଚନ୍ଦ୍ର ଆକାଶ ଆଉ ‘ଲିଲି ପାଢି’

1 min
14.1K


ନଈ ଆଖିରେ ଲୁହ

ବାପ ଛାତିର କୋହ

ଗଛପତ୍ରଙ୍କ କଷ୍ଟ ଆଉ

ମଶାଣିରୁ ଫେରିବାର ବାଟ

କେହି କେବେ କଣ ଦେଖିଛି !

ନା’ ଦେଖିପାରିବ !

ସେଇମିତି କେହି କେବେ ଦେଖିନି କି ଶୁଣିନି

ଲିଲି ପାଢିର ମନକୁ

ତା’ ଆନ୍ଦୋଳିତ ଆତ୍ମାର ଆକାଂକ୍ଷାକୁ

ଶୂନଶାନ୍ ଘର ଭିତରେ ସ୍ବାମୀଙ୍କର

ଜୋର ଜୋରରେ ‘ଲିଲି’ ଡାକକୁ...

ସେ କିନ୍ତୁ ଦେଖିପାରେ, ଶୁଣିପାରେ

ଗାଧୁଆଘର ଟ୍ୟାପ୍ ଖୋଲି ଢାଳି ପକାଏ

ଗଲା କାଲି ରାତିର ସାଇତା ନିଦ

ପଇଁତିରିଶ ବର୍ଷର ଚଲାବାଟରେ ଶେଷ 

କେଇଟା ପାହୁଣ୍ଡ ଏତେ ନିଛାଟିଆ 

ଏତେ ଅନ୍ଧାରିଆ, 

ଏତେ ଅସ୍ଥିରତା

ଆଉ ଏତେ ବେଶୀ ଅଭିମାନ ଭରା ହେଇଯିବ ବୋଲି 

ସେ କେବେ ଭାବି ନଥିଲା..  ।

ଏବେ କିନ୍ତୁ ‘ଲିଲି ପାଢି’ ଅଭ୍ୟସ୍ତ 

ଦୋଷ ଲଦିବାକୁ ବେଳ ନାହିଁ ।

ଦର୍ପଣ ସେପାଖରେ 

ସଫେଦ୍ ଶାଢି ପିନ୍ଧା ସ୍ତ୍ରୀ ଲୋକଟାର 

ଶୁଖିଲା ମୁହଁ ଦେଖିବାକୁ ତରନାହିଁ ।

ଶୀଘ୍ର ଶୀଘ୍ର ବାଟ କାଟିବାକୁ ପଡିବ ନା’... !

ରାକା ରଜନୀର ଅନ୍ଧକାର ବୋଳି ହେଇଯାଏ

ତା ଦେହ,ମନ,ଆତ୍ମା 

ଆଉ ଏଇ ଛଅ ବଖରାର ଖାଲି ଘର ଟାକୁ

ସତେ ଯେମିତି ତା ବାଲକୋନୀର ଆକାଶ ଟା’ ଭିନ୍ନ

ଯେଉଁଠି ଆଉ କେବେ ଜହ୍ନ ଉଇଁବନି...

କିନ୍ତୁ ’ଲିଲି’ ବିନା ଜହ୍ନର ସାହାରାରେ

ହସିବାକୁ ମନ କରି ସାରିଥିଲା... ।

ସତରେ ନିଃସ୍ବ ଲୋକଟାକୁ ଆହୁରି ନିଃସ୍ବ କରିବାକୁ

ଏତେ ପାଂଚ କରିବା ଭଲ ନୁହଁ....!

ହେଲେ ଭାଗ୍ୟକୁ କିଏ କହିବଲୋ ମା’

କାହା ଜିଭରେ ହାଡ଼ ଅଛି ଯେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational