ନିଶା
ନିଶା
1 min
6.7K
ନିଶା
#######
ଥରୁଟିଏ ଖାଲି ଶ୍ୱାସ ବନ୍ଦ କରି
ମରିବାର ସ୍ୱାଦ ଚାଖ
ଅଜଣା ରାଇଜେ ଦିନେ ଯିବା ହେବ
ଏ କଥାକୁ ମନେ ରଖ ।।
କ୍ଷଣିକେ ଅନ୍ଧାର ଦିଶିବ ବଉଳ
ଭୁଲିଯିବୁ ସବୁକିଛି
ସେକାଳରେ ଜଗା ହାତ ଧରି ନେବ
ଧର୍ମ ଧନ ଥାଆ ସଂଚି ।।
ଦିନୁଁ ଦିନ ସରେ କେତେ ଅଯଥାରେ
ଥାଉ ଆନ ଚଉତିଶା
ଅଭ୍ୟାସର ବଳେ ସୁଫଳ ଯେ ମିଳେ
ହରି ନାମେ କଲେ ନିଶା ।।