STORYMIRROR

Karttik Sethi

Others

2  

Karttik Sethi

Others

ଦାସ

ଦାସ

1 min
14.6K


 ଦାସ 

ଦାସ ଯିଏ ତା'ର ଅଭିଳାଷ କିଛି ନାଇଁ

ସିଏ କାମନାର ଗୋଲାମ ହେବ କିମ୍ପାଇଁ.

 

ମୁଁ ଅଟେ ଦାନବ     ଧରି ମିଛ ଭାବ

           କହୁଥାଇ   କରେନାଇଁ......

ଦାସ ଯିଏ ତା'ର ଅଭିଳାଷ..।।(ଘୋଷା)

 

ଘର ସଂସାର ଓ       ପିଲାଛୁଆ ଘେନି

        ଧନ୍ଦି   ମୁହିଁ  ମରୁଥାଇ

ହେଲେ ମୋ ମାଧବ  ମୋତେ ନ ଭୁଲିବ

       ହୃଦେ ମୋର ସଦା ରହି ।।

ଦାସ ଯିଏ ତା'ର ଅଭିଳାଷ......

 

ମୃଗ କି ଜାଣିଚି      ମରିଚିକା ପଛେ

      ଉଦକ  ଅଛି କି  ନାଇଁ

ତୁମେ ପାରାବାର    ପ୍ରେମ ଜଳଧାର 

       ଗଢିଛ  ତା'କୁ କିମ୍ପାଇଁ ??

(ଘୋଷା )music ........

 

ଦିଅଁ ପୂଜିନି ମୁଁ      ପଥରଟେ  ଭାବି

       ବିଶ୍ୱାସେ ସତ ମଣଇ

ଯେଣୁ ମରିଚିକା   ପଛେ ପଛେ ଧାଇଁ 

        ନୀର ଆଶା ମୁୁଁ କରଇ ।।

ଦାସ ଯିଏ ତା'ର ଅଭିଳାଷ କିଛି ନାଇଁ

ସିଏ କାମନାର ଗୋଲାମ ହେବ କିମ୍ପାଇଁ

 

ମୁଁ ଅଟେ ଦାନବ   ଧରି ମିଛ ଭାବ

     କହୁଥାଇ କରେନାଇଁ

ଦାସ ଯିଏ ତା'ର ଅଭିଳାଷ........।।

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍