STORYMIRROR

Karttik Sethi

Inspirational

3  

Karttik Sethi

Inspirational

ଏକତା ମନ୍ତ୍ର

ଏକତା ମନ୍ତ୍ର

1 min
13.7K


    ଏକତା ମନ୍ତ୍ର

ଚିହ୍ନା ପରିଚୟ    ଶରଧା ମୋହର

     ମୁଣ୍ଡ ପିଟେ ହୃଦ କାଗଜେ

ଅଚିହ୍ନା ବନ୍ଧୁ ଯେ   ପରିବାର ଆମ

     ଏ କଥା ପଶେନି ମଗଜେ ।।

 

ସମଗ୍ର ବିଶ୍ଵର     ପ୍ରେମ ଗନ୍ତାଘରେ

      ସାଇତା ଆମରି ସପନ

ରଙ୍ଗ ଭଳି ଭଳି     ଭାଷା ଭଳି ଭଳି

       ସବୁଠି ଉଦୟ ତପନ ।।

 

ଆସ ଟୁଆଁଟୁଇଁ      ଆସ ଛୁଇଁ ମୁଇଁ

      ଏକାଠି  ଗାଇବା ସଂଗୀତ 

ପର ଆପଣାର     ଭାବ ଆମେ ଭୁଲି

      ଏକ ମନ୍ତ୍ରେ ହେବା ଦୀକ୍ଷିତ ।।

 

 

 


Rate this content
Log in

Similar oriya poem from Inspirational