STORYMIRROR

Karttik Sethi

Comedy Inspirational

3  

Karttik Sethi

Comedy Inspirational

ମନ ଓ ବିବେକ କଳି

ମନ ଓ ବିବେକ କଳି

1 min
13.6K


ମନ ଓ ବିବେକ କଳି

****************

ମନ:

****

ମନ ଟିକେ ଆଜି      ବାଉଳା ହେଇଚି

       ଟିକେ ଖାଲି ହେଇଯାଉ

ବିଅର୍ ସାଂଗକୁ       ଦୁଇ ପେଗ ମାରି

        ମନଟା ଉସାସ ପାଉ ।।

ଚିକେନ୍ ପକୋଡା  ବାସୁଚିଲୋ ଗୋରୀ

        ମନ ହୁଏ  ହାଇଁ ପାଇଁ 

ଛାଡ୍ ଶାସ୍ତ୍ର କଥା     ହେବ ମୁଣ୍ଡ ବ୍ୟଥା 

        ଜିଭ ନାଚେ ତା ତା ଥେଇ ।।

 

ବିବେକ:

*******

ଲୁଚି ଲୁଚି କେତେ    ମନ୍ଦ କଥା ଭାବୁ

        ନଜର ବୁଲାଇ ଆଣ୍

କେହି ନ ଜାଣିଲେ    ଜାଣୁଥାନ୍ତି ସିଏ

         ହୃଦରେ ପ୍ରତ୍ୟକ୍ଷ ଜାଣ୍ ।।

ତୁଳା ଭିଣା ପରି     ଭିଣି ହୋଇଯିବ

        ଅମୂଲ୍ୟ ଜୀବନ ତୋ'ର

ରୂପେ,ରସେ ସତ    ମାତିଛୁ ରେ ଭୂତ

         ଶାସ୍ତ୍ରେ କରୁ ବେଖାତିର  !!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy