ନିର୍ସ୍ୱାର୍ଥପର ପ୍ରେମ
ନିର୍ସ୍ୱାର୍ଥପର ପ୍ରେମ
ପ୍ରେମ କରିଥିଲି ତୁମକୁ,
ନିଜ ଜୀବନଠାରୁ ଅଧିକ,
କିନ୍ତୁ ତୁମେ ବୁଝିଲ ନାହିଁ
ମୋ ହୃଦୟର ନୀରବ ଆକୁଳତା ।
ତୁମ ହସରେ ଖୋଜିଥିଲି
ମୋ ସମସ୍ତ ସ୍ୱପ୍ନର ଠିକଣା,
ଆଜି ସେହି ହସ ଅନ୍ୟ କାହାର ପାଇଁ,
ଆଉ ମୁଁ ରହିଗଲି ଏକାକୀ ବେଦନାରେ ।
ନିର୍ସ୍ୱାର୍ଥ ଭାବେ ଦେଇଥିଲି
ମୋ ହୃଦୟର ସବୁ ରଙ୍ଗ,
ପ୍ରତିଦାନରେ ପାଇଲି କେବଳ
ଅସୀମ ନୀରବତାର ଢେଉ ଆଉ ଦୁଃଖ ।
ଚିଠିର ପତ୍ରେ ଶୁଖିଯାଇଛି
ଆମ ସ୍ମୃତିର ଗୋଲାପ ଫୁଲ,
ପ୍ରତି ରାତିର ଅନ୍ଧକାରେ
ଝରେ ଆଖିରୁ ଅଜଣା ଲୁହ ।
ତୁମେ ଖୁସିରେ ରୁହ,
ଏହା ମୋ ପ୍ରେମର ଶେଷ ପ୍ରାର୍ଥନା,
ମୁଁ ତ ଜଳିଯିବି ନୀରବରେ,
ହୋଇ ଅଧୂରା ପ୍ରେମର କାହାଣୀଟିଏ ସଦା ।
କାରଣ ସତ ପ୍ରେମ
କେବେ କିଛି ମାଗେ ନାହିଁ,
ସେ କେବଳ ଭଲପାଏ,
ଆଉ ନୀରବରେ କାନ୍ଦେ
ଯେତେବେଳେ ତାର ପ୍ରିୟ ଲୋକଟି
ତାକୁ ଭୁଲିଯାଏ ଚିରଦିନ ପାଇଁ ।

