STORYMIRROR

Shyamasundar Sahoo

Inspirational

4  

Shyamasundar Sahoo

Inspirational

ପାଗଳ ପ୍ରେମିକ

ପାଗଳ ପ୍ରେମିକ

1 min
1

ପ୍ରେମ ଦୁନିଆରେ ମୁଁ ଏକ
ପାଗଳ ପ୍ରେମିକର କାହାଣୀ,
ତୁମ ନାମରେ ଲେଖିଥିଲି
ମୋ ଜୀବନର ପ୍ରତିଟି ପୃଷ୍ଠାର ବାଣୀ ।

ତୁମ ହସରେ ଦେଖିଥିଲି
ମୋ ସ୍ୱପ୍ନର ସୁନା ଘର,
ତୁମ ବିନା ଆଜି ସବୁକିଛି
ଲାଗେ ଖାଲି ଖାଲି ନିର୍ଜନ ପଥର ।

ଲୋକେ କୁହନ୍ତି ମୋତେ ପାଗଳ,
କାହିଁକି ଏତେ ଭଲପାଏ ତୁମକୁ,
କେମିତି ବୁଝେଇବି ସେମାନଙ୍କୁ,
ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ ଅଛ ତୁମେ ହିଁ କେବଳ ।

ରାତି ଆସିଲେ ଚାନ୍ଦକୁ ପଚାରେ,
କେଉଁଠି ଅଛି ମୋ ପ୍ରିୟା,
ପବନ ବି ନୀରବ ହୋଇଯାଏ,
ଶୁଣି ମୋ ଅଧୂରା ପ୍ରେମର ଗାଥା ।

ହଜାର ଥର ଭାଙ୍ଗିଛି ହୃଦୟ,
ତଥାପି ପ୍ରେମ କମିନି କେବେ,
କାରଣ ସତ ପ୍ରେମିକ ହାରିଯାଏ,
କିନ୍ତୁ ଭଲପାଇବାକୁ ଭୁଲେନାହିଁ ଜୀବନେ ।

ପ୍ରେମ ଦୁନିଆରେ ମୁଁ ଆଜି ବି,
ସେହି ପାଗଳ ପ୍ରେମିକ ହୋଇ ରହିଛି,
ତୁମ ଫେରିବାର ଅପେକ୍ଷାରେ,
ନୀରବରେ ଲୁହ ସହ ବଞ୍ଚି ରହିଛି ।


Rate this content
Log in

Similar oriya poem from Inspirational