STORYMIRROR

Shyamasundar Sahoo

Inspirational

4  

Shyamasundar Sahoo

Inspirational

ଛଳନା

ଛଳନା

1 min
0

ପ୍ରେମର ନାମରେ ଦେଇଥିଲା
ଅନେକ ସୁନାର ସ୍ୱପ୍ନ,
ମୁଁ ବିଶ୍ୱାସରେ ଗଢ଼ିଥିଲି
ଆମ ଭବିଷ୍ୟତର ଜୀବନ ।

ତୁମ ମିଠା କଥାରେ ଭରିଥିଲା
ମୋ ହୃଦୟର ପ୍ରତିଟି କୋଣ,
କିନ୍ତୁ ଜାଣିନଥିଲି ସେହି କଥାରେ
ଲୁଚିଥିଲା ଛଳନାର ବିଷ ଗୁଣ  ।

ଯେଉଁ ହାତ ଧରି କହିଥିଲା,
"ସାଥୀ ହୋଇ ରହିବି ସାରା ଜୀବନ",
ସେହି ହାତ ଆଜି ଛାଡ଼ି ଚାଲିଗଲା,
ଦେଇ ଅସହ୍ୟ ଦୁଃଖର ଦାନ ।

ରାତିର ନିରବତାରେ ଆଜି,
ସ୍ମୃତିମାନେ କେବଳ କାନ୍ଦନ୍ତି,
ଭଙ୍ଗା ହୃଦୟର ପ୍ରତି ସ୍ପନ୍ଦନ
ତୁମ ଛଳନାର କଥା କୁହନ୍ତି  ।

ପ୍ରେମ କରିବା ଅପରାଧ ନୁହେଁ,
ବିଶ୍ୱାସ କରିବା ବି ପାପ ନୁହେଁ,
କିନ୍ତୁ ଛଳନାର ଆଘାତ ପାଇଲେ
ଜୀବନ ଆଉ ପୂର୍ବ ପରି ରୁହେନାହିଁ  ।

ତଥାପି ତୁମେ ଖୁସିରେ ରୁହ,
ଏହା ମୋ ହୃଦୟର ଶେଷ କଥା,
ମୁଁ ତ ନୀରବରେ ବଞ୍ଚିବି,
ନେଇ ପ୍ରେମର ଅଧୂରା ବ୍ୟଥା ।


Rate this content
Log in

Similar oriya poem from Inspirational