ନିର୍ଝରିଣୀ
ନିର୍ଝରିଣୀ
ନିର୍ଝରିଣୀ ଆଜି ସାଜେ ମୁଁ
ତୁମ ପ୍ରେମଧାରେ ବହିଯିବା ପାଇଁ...
ସପନେ ଦେଖିଥିବା ମୁହୁର୍ତ୍ତକୁ ଉଜ୍ଜୀବିତ କରିଦେଇ
ସ୍ନେହାଦର ଜଳେ ତୁମ ତୃଷ୍ନା ମେଣ୍ଟାଇବା ପାଇଁ।
ନିର୍ଝରିଣୀ ଆଜି ସାଜେ ମୁଁ...
ମରୁଭୂମିରେ ସୁଶୋଭିତ କଣ୍ଟକିତ ବୃକ୍ଷରାଜି ସମ ତୁମ ହୃଦୟରେ,
ଖୁସିର ଜଳ ସିଞ୍ଚନ କରିବା ପାଇଁ।
ଶୁଣିଥିଲି "ଧିର ପାଣି ପଥର କାଟେ"...
ସେହି ଅଗାଢ଼ ଭଲପାଇବାର ଧିର ପ୍ରୟୋଗରେ,
ନାରିକେଳ ସମ ତୁମ ମନରେ ନିଜପାଇଁ ଜାଗାଟିଏ କିଣିବା ପାଇଁ।

