STORYMIRROR

Adyasa Sharma

Others Children

4  

Adyasa Sharma

Others Children

ଦୀର୍ଘଜୀବି ଭଵ

ଦୀର୍ଘଜୀବି ଭଵ

1 min
230

ସମସ୍ତଙ୍କୁ ଦିଅ ସମ୍ମାନ

ପାଇବ ଖୁସିର ଜୀବନ।


ପିତା-ମାତାଙ୍କର ଆଶୀଷ

ଜୀବନ ହୋଇବ ସରସ।


ସୁୁୁୁୁଷମ ଖାଦ୍ୟ ଯେ' ଖାଇବ

ବୈଦ୍ୟ ପାଶେ କେବେ ନ' ଯିବ।


ନିତି କର ଯୋଗ-ପ୍ରାଣାୟାମ

ନୀରୋଗ ହୋଇବ ଜୀବନ।


ସରକାରଙ୍କର ନିର୍ଦ୍ଦେଶ ମାନିବ 

ଶାନ୍ତ, ମଧୁର ଜୀଵନ ପାଇବ।


ଏବେ ମାତିଛି ଯୋଉ ମହାମାରୀ

ତା' ଦିଗକୁ ଦେବା ପରିବର୍ତ୍ତନ କରି।


ନୀତି ନିୟମକୁ ମାନିବା

ତାଲାବନ୍ଦ ଘରେ ରହିବା।


ନିଜେ ଯେବେ ସ୍ବଚ୍ଛ ରହିବା

ଭୂତାଣୁକୁ ଦୂରେ ରଖିବା।


ପ୍ରଭୁଙ୍କର ଦତ୍ତ ଜୀଵନ

କେବେ କରିବାନି ଅଭିମାନ।


ପଦାକୁ ଯେବେ ବାହାରିବା

ମାସ୍କ ଯେ ମୁଖରେ ଖଞ୍ଜିବା।


ଦୂରତା ରକ୍ଷା ଯେ କରିିିବା

କାହା ପାଶେ କେହି ନ'ଯିବା।


ମଣିଷ ଜୀବନ ସରଳ

ଅଟେ ଇଏ ଭାରି ବିରଳ।


ମନକୁ ଯେ ଶାନ୍ତ ରଖିବ

ତାକୁ ସବୁକିଛି ଭଲ ଲାଗିବ।


କହିିିବ ଯେ' ଵଚନ ମଧୁର

ଲାଗିବ ତାକୁ ଏ ପୃଥିବୀ ସୁନ୍ଦର।


ମନ୍ଦ ମଧ୍ୟେ ଯିଏ ଭଲ କାଢ଼ିବ

ଜୀବନରେ ସିଏ ଉଚ୍ଚ ହୋଇବ।


ସୂର୍ଯ୍ୟଦେବ ତୁମ୍ଭେ ମହାନ

ସିଖେଇଲ ବଡ଼ ଧରମ

ନାଳ-ଅଳିଆ ରୁ ଭଲ ପାଣି

ତୁୁୁମ୍ଭେ ଗ୍ରହଣ କରୁଛ ଯେସନ।


ଯେ କରିିବ କରମ ଯେମିତି

ଫଳ ସେ ପାଇବ ସେମିିିତି।


ଵଚନ ଯେ' ମୋର ମାନିବ

ଦୀର୍ଘଜୀବି ନିଶ୍ଚେ ହୋଇବ।।



Rate this content
Log in