STORYMIRROR

Adyasa Sharma

Others

3  

Adyasa Sharma

Others

ପବନ ସହିତ ପ୍ରୀତି

ପବନ ସହିତ ପ୍ରୀତି

1 min
313

କି ଅପୂର୍ବ ଏ ବରଷା,                

 ପ୍ରତ୍ୟେକଙ୍କ ମନେ ନବୀନ ଆଶା।                ଶାନ୍ତ କାନ୍ତ କୋମଳ ପବନ,  

               ଧିରେ ଧିରେ ସେ ଚୋରାଏ ମନ।   


ଆହେ ବିଶ୍ଵନିୟନ୍ତା ! ତୁମ୍ଭେ କି ମହାନ,

          ଦେଲ ଗରଜେଇ ମେଘ ଘନ ଘନ।           ଶୀତୁଆ ପବନ, ଭାରି ସରଳ,   

              ଧିର ଗତି ତା'ର ଶକ୍ତି ପ୍ରବଳ।


ବସନ୍ତାଗମନେ ଅପୂର୍ବ ଦୃଶ୍ୟ, 

            କୋଇଲିର କୁହୁଗାନର ମିଠା ମହକ।

ଶାନ୍ତ ହୋଇଛନ୍ତି ଧରଣୀ ରାଣୀ ଯେ,   

         ଶାନ୍ତ ପୁଣି ଉପବନ;  

                  ପକ୍ଷୀଙ୍କ ମେଳରେ ଆଦରେ ତଥାପି,  

           ନାଚି ଉଠୁଅଛି ଗଗନ।

କ୍ରମେ ବାଦଲ ଯେ, ଗଲା ଅପସରି, 

        ସୂର୍ଯ୍ୟଦେବ ବାହାରିଲେ;

               ଅଟେ ସେ ବାଦଲ ଭାରି ଅଭିମାନୀ, 

    

        ପୁଣି ଢ଼ାଙ୍କିଦେଲା ଭଲେ।

ସତରେ ଆନନ୍ଦମୟ ଏ ଅନୁଭୂତି,

                 ପବନ ସହିତ ପ୍ରୀତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍