ନିର୍ବାଣ
ନିର୍ବାଣ
ପକ୍ଷୀଟିର ଚାରିପାଖେ
ଲୌହ ପାତ ଘେରା
ସଶକ୍ତ ପାଚେରୀ,
ଯଦିଓ ସେ ଉଡିବାକୁ
ଚାହୁଁ ଥିଲା ସୁନୀଳ ଆକାଶ
ଢେଉରେ ପହଁରି ।
ତା' ପାଖରେ ଥୁଆ ହେଉଥିଲା
ମନଲାଖି ସୁଆଦିଆ
ଭରପୁର ଖାଦ୍ୟ,
ତୃଷା ପାଇଁ ଜଳଭରା
ପୂର୍ଣ୍ଣ ଏକ କୁମ୍ଭ ।।
ସେ ଛୁଉଁ ନଥିଲା କିଛି -
କି ' ରୁଚୁ ନଥିଲା ;
ଏସବୁ ଜାଣିବା କଷ୍ଟକର ଥିଲା ।
ସେ ମୌନ ରହୁ ଥିଲା .......
ତପସ୍ୟା କି' ନିରବତା
ଜାଣିବା କଷ୍ଟକର ଥିଲା
ତା ' ଶରୀର ନିଶ୍ଚଳ ଥିଲା ।
ହଠାତ୍ ଦିନେ ପକ୍ଷୀଟି
ଡେଣା ଝାଡି ଦେଲା -
ଏକ ଭୟଙ୍କର ଶବ୍ଦରେ
ଲୌହର ପଂଜୁରୀ
ଠଣ୍ ଠଣ୍ ଭାଂଗି ଗଲା ।
ପକ୍ଷୀଟି ଉଡିଗଲା
ଦୂର ଆକାଶକୁ --
ଭକ୍ତ ଚରଣ ମଲ୍ଲ
26TH DECEMBER 2017.