STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ନିଜ ଅନ୍ତରର କଥା

ନିଜ ଅନ୍ତରର କଥା

1 min
13.8K


ଭଲ ପାଉଥାଏ             ସଭିଙ୍କୁ ଅନ୍ତରୁ

ଖୁସି ଟିକେ ହେବା ପାଇଁ

ହେଲେ ବେଶି ଦୁଃଖ    ଦିଅନ୍ତି ସେମାନେ

ଯା’କୁ ନିଜର କରଇ


କର୍ତ୍ତବ୍ୟରେ ମୋର    କରେ ନାହିଁ ହେଳା

ସଭିଙ୍କ ମଙ୍ଗଳ ପାଇଁ

ହେଲେ ସତ କଥା      ଅନ୍ୟଙ୍କ ଈର୍ଷାରୁ

ପାରେ ନାହିଁ ଦଣ୍ଡେ ଜୀଇଁ


ନିଜ ଜୀବନୀକୁ      କବିତାରେ ଲେଖେ

ଶାନ୍ତି ଟିକେ ଯିବି ପାଇ

ହେଲେ ସେ କବିତା    ଟିକେ ଖୁସି ଦେଇ

ପାହାଡ ଲଦି ଦିଅଇ


ବଡ ଭାଇ କିମ୍ବା       ସାନ ଭାଇ ଭାବି

ଥରେ ମାତ୍ର ଚିହ୍ନି ନିଅ

କାଟୁଛି କେମିତି          ଦିନ ରାତି ଏଠି

ଢାଳି ଦେଇ ଆଖି ଲୁହ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy