STORYMIRROR

Manorama Mohanty

Abstract

2  

Manorama Mohanty

Abstract

ନୀରିମମ ହରି ପ୍ରଭୁ

ନୀରିମମ ହରି ପ୍ରଭୁ

1 min
135

ନିରିମମହରି ପ୍ରଭୁ ମନଭୁଲାଠାକୁର, 

  କେତେଦିନକନ୍ଦାଇବ ଏ ଦୁଃଖୀର 

  ଅନ୍ତର

ନିଶିଦିନଖୋଜି ପ୍ରଭୁ 

       ଦେଖା ତୁମ ପାଏନା, 

ନିରିଦୟ ପ୍ରଭୁ ତୁମେ 

       ଦରଶନ ଦିଅନା

ଦିଅ ଧୈର୍ଯ୍ୟ ପ୍ରଭୁ ମୋତେ 

       ସହିବାକୁ କଷଣ, 

ଯେତେ ଆସୁ ଝଡ ଝଞ୍ଜା 

       କରିବି ମୁଁ ବହନ

ବ୍ୟର୍ଥଭରା ମନ ମୋର 

       ହେଉଛି ଅମାନିଆ, 

ତୁମକୁପାଇବା ଲାଗି 

       ଘୁରେସାରା ଦୁନିଆଁ

କାହାକୁ ବା କନ୍ଦାଉଛ 

       ହସାଉଛ କାହାରେ, 

ଆକୁଳେ ଡାକୁଛି ପ୍ରଭୁ 

       କୃପାକର ମୋଠାରେ

ପ୍ରଭୁ ତୁମ ପାଦତଳେ 

      ଏହି ଅଳି ମୋହର, 

କରୁଣାସାଗର ପ୍ରଭୁ 

      କୃପାକର ମାତର   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract