STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ

1 min
177

ବାସ୍ତବଠୁ ରହି ଅନେକ ଦୂରରେ

ତୋ 'ସପନ ମୁଁ ଦେଖୁଛି

ଭାବନାର ହାଟେ ଅନେକ ଖୋଜୁଛି

ସପନରେ ତତେ ନିତି ଭେଟୁଛି ।


ସତରେ କେବେବି ମିଳିନୁ ତୁ' ମୋତେ

କହିବି ବୋଲି ମୋ ହୃଦୟ କଥା

ତଥାପି ତୋଛବି ହୃଦୟୁ ହଟେନି

ମରମେ ଲାଗେ ମୋ ଦାରୁଣ ବ୍ୟଥା ।


ତୋ'ଭାବନାରେ ହଜିବା ପାଇଁ ମୁଁ

ସପନକୁ କରିଛି ଅତି ନିଜର

ଭାରି ଭଲଲାଗେ ତୋ'ସହ ଯେବେ

ସପନରେ ହଜି ପିଉଥାଏ ମୁହିଁ

ତୋ' ପ୍ରେମର ସେହି ମିଠା ଜହର ।


ଇଚ୍ଛା ହୁଏ ମୋର ତୋ' ଆଖିରେ ହଜିବି

ତୋ' ସପନରେ ଯିବି ଡୁବି

ତୁ'ଯଦି ଚାହିଁବୁ ଦେଇ ଦେବି ମୋର

ମନ ସିନ୍ଦୁକର ଚାବି ।


ଇନ୍ଦ୍ରଧନୁର ସପ୍ତରଙ୍ଗ ଭରି

ଆସୁଛୁ ସପନେ ମୋର

ସ୍ୱପ୍ନ ଭାଙ୍ଗିଗଲେ ମନର ବେଦନା

ଅସମ୍ଭାଳ ହୁଏ ମୋର ।


ସତରେ ନହେଉ ସପନରେ ପଛେ

ଏମିତି ତୁ' ଆସୁ ଥାଆ

ନିଃସଙ୍ଗ ଜୀବନ ଏକୁଟିଆ ପଥ

ତୁ' ହେଉଥା ମୋ ଜୀବନ ରାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy