STORYMIRROR

Manorama Mohanty

Abstract

3  

Manorama Mohanty

Abstract

ନିବେଦନ

ନିବେଦନ

1 min
190


ଆଖି ବୁଜିଦେଇ କାଳିଆଠାକୁର 

     ଉଡାଇ ଦେଲ ଯେ ନେତ 

ଭକତେବିଶ୍ୱାସ ତୁମ ଅଜ୍ଞାବଳେ 

     ଟଳିଯିବ "ଫନି"ସତ !


ଥରିଲାଣିଧରା ଅମାନୁଷିକତାରେ 

    ଅନ୍ୟାୟ ର ରାହାଜାନି 

ସେଥିପାଇଁ ଆଜି ପୁରୀ ବଡ଼ଦାଣ୍ଡେ 

     ବିଭୀଷିକା ଟେକେଫଣୀ 


ଆତୁରକଣ୍ଠ ରେ ସଭିଏଁ ତାକନ୍ତି 

      ରକ୍ଷାକର ରକ୍ଷାକର 

କଳିର କରାଳ ତାଣ୍ଡବ ଚାଲିଛି 

     କାହିଁକି ରୁହ ମଉନ !!


ତୁହା ତୁହା ଶୁଭେ ଡାକବାଜିଯନ୍ତ୍ର 

    ଛାତି ଉଠୁଅଛି ଥରି 

ତୁମ୍ଭ ଇଚ୍ଛାମତେ ଘଟାଇବ ଯାହା 

    କେ ଅବା ପାରିବ କଳି !!


ମାଳିକାର କଥା କି ହୋଇବ 

  ବାଇଶି ପାହାଚେ ମୀନ ଖେଳିବ 

ଚଉବାହା ଟେକି ଜଗତ ବିଶ୍ୱାସ 

   ଜଗତବାସୀଙ୍କୁ ସାହାହୋଇବ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract