STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ନବରଙ୍ଗପୁର ରଙ୍ଗ ପସରା

ନବରଙ୍ଗପୁର ରଙ୍ଗ ପସରା

1 min
155


ମହୁଲ ପାଟଣା ମହୁଲ ଫୁଲ ମୁଁ 

ମୁଦୁଲି ପଡାର ସଳପ

ନବରଙ୍ଗପୁର ରଙ୍ଗ ପସରା ମୁଁ      

 ଝୁମାଏ ଅଳପ ଅଳପ l


ପାହାଡି ଘାଟିରେ ଭଷା ବଉଦ ମୁଁ     

ବଣ ଝରଣାର ଶୂଅ           

ଛୁଇଁଦେଲେ ମୋତେ ଛନକା ପସିବ   

ଥରେଇ ଦେବ ମୁଁ ଦେହ l

ମହକରେ ମୋର ମହକେ ଫଗୁଣ

ନିତି ଲେଖେ ନୂଆ ଗଳପ       

ଝୁମାଏ ଅଳପ ଅଳପ l


ଅଳସୀ କ୍ଷେତରେ ଅଳସ ଭାଙ୍ଗି ମୁଁ 

ଥିରି ଥିରି ଯେବେ ଚାଲେ                

ଚୋରା ଚଇତାଳି ଚୁପି ଚୁପି ବହି             

ଚୁମା ଦିଏ ମୋର ଗାଲେ l

ଫୁଲେଇ ପଳାସ ମୋତେ ଦେଖି ହସେ

ମହୁ ମାଛି କରେ ଆଳାପ                

ଝୁମାଏ ଅଳପ ଅଳପ l

         .


Rate this content
Log in

Similar oriya poem from Romance