STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ନାରୀର ସିନ୍ଦୁର

ନାରୀର ସିନ୍ଦୁର

1 min
140


ଝିଅଟିଏ ସିନ୍ଦୁର ପିନ୍ଧି ନାରୀ ହେଲାପରେ

ଏତେ ଦାୟିତ୍ୱ କର୍ତ୍ତବ୍ୟ ଓ ସଂସାରକୁ ସମ୍ଭାଳେ

କେମିତି କେଜାଣି

ରାଜା ଝିଅକୁ ଖଜା ଅପୂର୍ବ ନଥିଲା

ନିଅଣ୍ଟିଆ ସଂସାର କାଣ୍ଟଛାଣ୍ଟ ଭିତରେ

ସିନ୍ଦୁର କି ମନ୍ତର କଲା

ଶାଶୁ ଘରର ମର୍ଯ୍ୟାଦା ରଖିବାକୁ ବୋଉ କହିଥିଲା

ବାପା ଲୁହ ପୋଛି ଏରୁଣ୍ଡି ବନ୍ଧ ଡେଇଁବାକୁ

ବାରଣ କାରିଥିଲେ

ଭାଇ ଭାଉଜଙ୍କ ବୁକୁ ଫଟା କାନ୍ଦ

ଭଉଣୀ ଓ ବନ୍ଧୁବାନ୍ଧବଙ୍କ କେବେ ଆସିବୁ ପ୍ରଶ୍ନ

ସିନ୍ଦୁର କିଣିନେଲା ମନ ମୁନ ଓ ଚୈତନ୍ୟ

ବୋଉ ଗୁମୁରି ଗୁମୁରି କାନ୍ଦୁଥିଲା

ବାପା ଝାଳ ପୋଛୁଥିଲେ ଶୀତରେ

ଭାଇ ଭାଉଜ ଥରକୁ ଥର ଦେଉଥିଲେ ଭାର

ଭଉଣୀ କହୁଥିଲା ତୋ ବିନା ରଜ କୁଆଁର ପୁନେଇଁ ଫିକା

ଝିଅ କିନ୍ତୁ ନାରୀ ହୋଇ ହୋଇଗଲା

ସଂସାରମନସ୍କ ସିନ୍ଦୁର ପାଇଁ କି ଅଳତା କି ଚୁଡ଼ି ପାଇଁ

ଭାବିବାକୁ ବେଳ କାଇଁ

ଓଢଣା ଭିତରେ ସିନ୍ଦୁର ଦାଉ ଦାଉ ଦିଶୁଥିଲା

ଅତୀତ ଉଦ୍ଭାସିତ ହେଲାବେଳେ ସିନ୍ଦୁର ଆଖି ପୋଛିଦେଉଥିଲା

ତାହା ଲୁହ କି ରକ୍ତ ନାରୀ ପାଇଁ ସମାନ ହିଁ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract