STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

ନାରୀ ସମାନତା ଦିବସ

ନାରୀ ସମାନତା ଦିବସ

1 min
135


ନାରୀ ନୁହେଁ ସେ ତ ଅଟେ ନାରାୟଣୀ

ଭାଷଣବାଜିଟି ବେଶୀ

ବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ଭିନ୍ନ

ବୁଝିବେନି ପ୍ରତିବେଶୀ।। 


ମାନବ ସମ୍ବଳ ଅର୍ଦ୍ଧେକଟି ନାରୀ

ଯଦି ସେଇ ସମ୍ବଳର

ନୋହିବ ବିକାଶ ଯୁଗୁ ଯୁଗ ଯାଏଁ 

ହଟିବନି ଅନ୍ଧକାର।।


ସାମଗ୍ରିକ ଭାବେ ସମୂହ ବିକାଶ

ନାରୀ ସମାନତା ଆଗ

ନଚେତ୍ ସ୍ଲୋଗାନ୍ ସ୍ଲୋଗାନରେ ଥିବ

ମିଳିବନି ଫଳ ଭାଗ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational