STORYMIRROR

sarita mohapatra

Abstract Tragedy

4  

sarita mohapatra

Abstract Tragedy

ନାରୀ ସ୍ୱାଧୀନତା

ନାରୀ ସ୍ୱାଧୀନତା

1 min
230

   

ସ୍ୱାଧୀନ ଆଜି ଏଇ ଜଗତଟିରେ

ନରିଆଜି ପରାଧୀନ ପିଞ୍ଜରାରେ ।

          ଆଜିବି ସମାଜ ଦିଏନି ସମ୍ମାନ

          କରୁଥାଏ ସଦା ତାକୁ ହୀନିମାନ ।


ଶ୍ଵନ୍ୟ ଆକାଶରେ ଉଡିବାକୁମାନା

କାହିଁ ବରଣ ଆମେ ସ୍ୱାଧୀନପରା ।

         ଦୁନିଆଦାଣ୍ଡରେ ପାରୁନି ସେ ଚାଲି

         ସ୍ବପ୍ନଟି ତାହାର ପଡେ ଆଜି ବଳୀ ।


ଭାବନ୍ତି ନାରୀକୁ ଅବଳା ଦୁର୍ବଳା

କାହିଁକି ଆଜି? ଆମେ ସ୍ୱାଧୀନ ପରା ।

          ମାନବ ସାଜୁଛି ଦାନବ କାହିଁକି

          ଦିଅ ଟିକେ ତାକୁ ବଞ୍ଚିବାପାଇକି ।


ନାରୀପାଦୁ ଶିକୁଳି ଫିଟିନିଯହିଁ

ସ୍ୱାଧୀନତା କାହୁଁଆସିବ ଧାଇଁ ।

           ଏକଇ ମୁଦ୍ରାର ଦୁଇ ପାଶ୍ଵପରି

           ପୁରୁଷ ସହ ସମାନ ଅଟେ ନାରୀ ।


ଅର୍ଦ୍ଧରାତ୍ରେ ଯେବେ ସେ ପାରିବ ଚାଲି

ପୂର୍ଣ୍ଣ ସ୍ୱାଧୀନତା ଆସିବ ଫେରି  ।

          ନାରୀପାଇଁ ଯେବେ ରହିବ ସମ୍ମାନ

          ନିଶ୍ଚେ ଉଚ୍ଚହେବ ଦେଶର ମନ ।



Rate this content
Log in

Similar oriya poem from Abstract