ନାଲି ରକ୍ତ
ନାଲି ରକ୍ତ
ସମ୍ପର୍କ ନିବିଡ଼ ହୁଏ ତା ପାଖରୁ
ଜୀବନ ସ୍ରୋତରେ ସାଜେ ସେ ଉତ୍ସ
ଭରିଦିଏ ପ୍ରାଣ ନିଶବ୍ଦ ଘଟରେ
ମହା ସଞ୍ଜିବନୀ ସେ ନାଲି ରକ୍ତ।
ସପ୍ତ ରଙ୍ଗ ମଧ୍ୟୁ ଶୁଭ ଯେ ନାଲି
ଥାଏ ସିଏ ସର୍ବ ମାଙ୍ଗଲ୍ୟ ଅଗ୍ରଭାଗେ
ଷଠି ପୂଜାଠାରୁ ସୁହାଗ ସିନ୍ଦୂରେ
ଶୁଭାରମ୍ଭ ଆଉ ଜୁଇ ର ଚିତା ରେ
ବହିଯାଏ ସିଏ ପ୍ରତାରଣା ର ବନ୍ୟାରେ
ଧୋଇନିଏ ଆଶା ଭରସା ର ଜୀବନକୁ
ତୃଷା ମେଣ୍ଟିଥାଏ ଶୋଷିଲା ପିଣ୍ଡର
ବୁନ୍ଦା ବୁନ୍ଦା ସେଇ ଲହୁର ସିନ୍ଧୁ ରେ।
ବଦଳି ଯାଇଛି ଆଜି ରକ୍ତର ରଙ୍ଗ ଆଉ ସମ୍ପର୍କ
ଅଛି ଖାଲି ସ୍ଵାର୍ଥର ସୁଉଚ୍ଚ ସିଡି
ବଳିପଡେ ଅନେକ ସ୍ନେହର ବନ୍ଧନ
ରୁଧିର ଅଭାବେ ବେରଙ୍ଗ ପୁଣି
