STORYMIRROR

Prahallad Behera

Others

3  

Prahallad Behera

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
165


ଅବୁଝା ମୋ କୋହ ଆଜି ଭାଙ୍ଗି ନିରବତା

ଝରି ଝରି ବହିଯିବାକୁ ଚାହେଁ ଲୁହର ଠିକଣା ନେଇ

ବୟସର ଏ ବୟସ୍କ ଲଗନେ ସାଜି ସର୍ବହରା

ତ୍ୟାଗିଛି ଅହମିକା ପ୍ରାୟଶ୍ଚିତର ପ୍ରାଚିତୀରେ ।


ଛନ୍ଦି ହେଇ ଯାଇଥିଲି ଲୋଭ ମୋହ କାମନାର

କଷ୍ଟପ୍ରଦ ଏ ଅବୁଝ ଗଣିତ ଭିତରେ

ଶୂନରୁ ପୁଣି ମୁଁ ଆରମ୍ଭ କରିବାକୁ ଚାହେଁ

ବାକି ଜୀବନର ଗାଣିତିକ ମାନସାଙ୍କ 


ଆଜି ଗୋଟି ଗୋଟି କରି ଚିରି ଦେବାକୁ ଇଚ୍ଛା

କଳୁଷିତ ମୋର ଇତିହାସ ପୃଷ୍ଠା ସବୁ

ନୂତନ ସକାଳର ସୂନେଲି କିରଣରେ

ନୂଆ କରି ସବୁକିଛି ଆଙ୍କିବାର ଅଭିଳାଷେ


ସୁଉଚ୍ଚ ଶିଖରେ ଥିଲା ଆତ୍ମଗ୍ଲାନିର ଭୂଗୋଳ

ଆଜି ଆବଦ୍ଧ ମାନବିକତାର ପରିସୀମାରେ

ଆୟତନ କେବେ ମୁଁ ମାପି ପାରିନାହିଁ

ଅଣଓସାରିଆ ଏ ଦୁର୍ବିସହ ସମାଜର


ଥିଲା ଯେଉଁ ମୂଲ୍ୟହୀନ ମୋ ଜୀବନ ସାହିତ୍ୟ

ପୁଣି ତାକୁ ସଜାଡିବାକୁ ହେବ 

ସାହିତ୍ୟ ସାଧନାରେ ଘସି ମାଜି 

ପ୍ରାୟଶ୍ଚିତର ପ୍ରାତଃ କାଳେ ।


Rate this content
Log in