Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ନାଗ ବନ୍ଦନା

ନାଗ ବନ୍ଦନା

1 min
446


ଦିନେ କଂସର ଘରଣୀ ପଦ୍ମାବତୀ ରାଣୀ l

କହ୍ନାଇକୁ ବାର୍ତ୍ତା ଦେଲା ଦିଅ ଫୁଲ ଆଣି ll


ଲକ୍ଷେ ଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l

ସେଥିରେ ପୂଜା ହୋଇବ ଧନିତିରି ଓଷା ll 


ପଦ୍ମ ତୋଳି କୃଷ୍ଣ ଯାଇ କାଳିନ୍ଦୀ ହ୍ରଦରେ l

କଠଉ ଚିହ୍ନ ଆଙ୍କିଲେ କାଳୀୟ ଶିରରେ ll


ପରମ୍ପରାରେ ଏ ଗୀତ ନାମ ପଦ୍ମ ତୋଳା l

ନାଗମାନେ ନାଚୁଥାନ୍ତି ଗୀତଗାଏ କେଳା ll


ଆଜି ଶୁକ୍ଳ ଚତୁର୍ଥୀ କାର୍ତ୍ତିକେ ନାଗ ପୂଜା l

ନାଗଲୋକେ ବାଜୁଅଛି ନଗେଶ୍ୱରୀ ବାଜା ll


ନମସ୍ତେ ନାଗ ଦେବତା ନମସ୍ତେ ହେ ଫଣୀ l

ଧରି ରଖିଅଛ ଶିରେ ଏ ସାରା ଧରଣୀ ll


କଶ୍ୟପ ଋଷି ସନ୍ତାନ କଦ୍ରୁ ତୁମ୍ଭ ମାତା l

ଗରୁଡ଼ ମାତା ବିନତା ତୁମ୍ଭର ବିମାତା ll


ଅଷ୍ଟକୁଳା ଅନନ୍ତ ହେ ନାହିଁ ଆଦି ଅନ୍ତ l

ତୁମ୍ଭ ମହିମା ଜାଣିବ କାହୁଁ ଦେହବନ୍ତ ll


ତୁମ୍ଭ ବକ୍ଷରେ ଶ୍ରୀହରି ଅନନ୍ତ ଶୟନ l

ଶତ୍ରୁ ତୁମ୍ଭର ଗରୁଡ଼ ଶ୍ରୀହରିଙ୍କ ଯାନ ll


ସାଗର ମନ୍ଥନ କଲେ ଦେବତା ଅସୁର l

ବାସୁକୀନାଗ ରଜ୍ଜୁରେ ବାନ୍ଧିଲେ ମନ୍ଦର ll


ତ୍ରେତୟା ଯୁଗରେ ଶେଷ ଦେବ ତୁ ଲକ୍ଷ୍ମଣ l

ଯା ବଳେ ଜିଣିଲେ ରାମ ଲଙ୍କାର ରାବଣ ll


ଦ୍ଵାପରେ ଶ୍ରୀକୃଷ୍ଣାଗ୍ରଜ ଭାଈ ବଳରାମ l

ମହାବଳ ତୋ ବଳକୁ ଅଛି କେବା ସମ ll


କଳି ଯୁଗେ ନୀଳାଚଳେ ଧବଳ ମୂରତି l

ତୁଳସୀ କ୍ଷେତ୍ରରେ ହଳି ତୁଳସୀଙ୍କ ପତି ll


ନାଗରେ ଭୂଷଣ ପ୍ରଭୁ ଦେବ ନାଗେଶ୍ୱର l

ପାର୍ବତୀଙ୍କ ପତି ମହାଦେବ ମହେଶ୍ୱର ll


ତଳ ଦିଗେ ପୂର୍ବ ଭାଗେ ଆଖଣ୍ଡଳମଣି l

ଆରଡ଼ି ଗ୍ରାମରେ ନାହିଁ ଗାରଡ଼ି ଓ ଗୁଣି ll


ଅନନ୍ତ ବାସୁକୀ ପଦ୍ମ ମହାପଦ୍ମ ଶେଷ l

କୁଳିକ ଶଙ୍ଖପାଳକ ତକ୍ଷକ ବିଶେଷ ll


ମଣିଭଦ୍ର କାଳୀୟ କମ୍ବଳ ଧୃତରାଷ୍ଟ୍ର l

କର୍କୋଟକ ଧନଞ୍ଜୟ ଶଙ୍ଖ ଐରାବତ ll


ଅଷ୍ଟକୁଳା ଶଙ୍ଖଚୁଡ଼ ଆଦି ନାଗ ଚୟ l

ପ୍ରାତ ସାୟଂ ବନ୍ଦେ ଖଣ୍ଡ ବିଷ ସର୍ପଭୟ ll


ଜରତ୍କାରୁ ଆସ୍ତିକ ଓ ମାତା ଶ୍ରୀମନଶା l

ସୁମରଣେ ତୁଟି ଯାଏ କାଳ ସର୍ପ ଦଶା ll


ନାଗ ଚତୁର୍ଥୀରେ ବନ୍ଦେ ମହାନାଗ ଗଣ l 

ବିଶ୍ୱରୁ ହର ଦୁର୍ଗତି ବିଷାକ୍ତ ଦୂଷଣ ll


ନାଗଙ୍କ ସଙ୍ଗେ ବନ୍ଦଇ ନାଗ ଭୂଷଣଙ୍କୁ l

ନମସ୍ତେ ଦେବଙ୍କ ଦେବ ଶ୍ରୀମହାଦେବଙ୍କୁ ll



Rate this content
Log in

Similar oriya poem from Inspirational