Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ନ ଯାଆ ତ୍ରିଶୁଳିଆ

ନ ଯାଆ ତ୍ରିଶୁଳିଆ

1 min
5



କଟକରେ ପଡ଼ିଯିବ ହୁରି

ସହରରେ ବାଜିଯିବ ଭେରି

ତୁ ଏମିତି ବାରବେଳେ

ତୁ ଏମିତି ତାତିବେଳେ

ତୁ ଏମିତି ଖରାବେଳେ

ନ ଯାଆ--- ନ ଯାଆ --ପାଦକାଢି

ନ ଯାଆ --- ନ ଯାଆ ସ୍କୁଟିଚଢି

ନ ଯାଆ --- ନ ଯାଆ ଘରଛାଡି 

ତ୍ରିଶୁଳିଆ .... ନରାଜମୁଁହା


ତବତ ଫୁଟିଲାଣି

ଡାଲିଛୁଙ୍କ ବାସିଲାଣି

କୁକର୍ ସିଟି ମାରିଲାଣି

ନ ଯାଆ --- ନ ଯାଆ ଭୋକିଲାରେ

ନ ଯାଆ --- ନ ଯାଆ ଖାଲି ପେଟରେ

ଶୁନ୍ ଶାନ୍ ଦ୍ଵିପହର ରାସ୍ତାଘାଟ ନିଛାଟିଆ --- 


ଆସିଲେ ବାପା ଭାରି ରାଗିବେ

ପାଟି କରିବେ ଚିଲ୍ଲେଇବେ

ତମ୍ ତମ୍ ଗରଗର୍ ମୋ ଉପରେ ହେବେ

ତୁ ଏମିତି ଧୁଧୁବେଳେ

ତୁ ଏମିତି ନିଆଁବେଳେ

ତୁ ଏମିତି ଗୁଳୁଗୁଳି ବେଳେ

ନ ଯାଆ --- ନ ଯାଆ--- ଏକୁଟିଆ

ନ ଯାଆ ---- ନ ଯାଆ -- ଅବାଗିଆ

ନ ଯାଆ --- ନ ଯାଆ -- ତିନି କୋଣିଆ

ଅଂଶୁଘାତ ଭୟ ଜନଶୂନ୍ୟ ସଡ଼କ ଚାରିଧାରିଆ 

ନନ୍ଦନକାନନ ମୁଁହା ଭୁବନେଶ୍ଵର ମୁଁହା ।


Rate this content
Log in

Similar oriya poem from Fantasy