STORYMIRROR

Anil Pradhan

Inspirational

3  

Anil Pradhan

Inspirational

ମୁଁ

ମୁଁ

1 min
198


ମୁଁ କର୍ତ୍ତବ୍ୟର ବୋଝକୁ କାନ୍ଧରେ ବୋହୁ ବୋହୁ,

 ଆଗାମୀ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିବା ଶ୍ରମିକଟିଏ।


ମୁଁ ସମ୍ପର୍କର ଗହନ ବନରେ ଚାଲୁ ଚାଲୁ,

ଜୀବନର ଚଲା ବାଟରେ ବାଟବଣା ହୋଇଥିବା ବାଟୋଇଟିଏ।


ମୁଁ ଜୀବନର ଯୁଦ୍ଧରେ ଏକାକୀ ଲଢୁ ଲଢୁ,

ଛଳନାର ଚକ୍ରବ୍ୟୂହ ମଧ୍ୟରେ ସଙ୍ଘର୍ଷ କରୁଥିବା ଯୋଦ୍ଧାଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational