STORYMIRROR

Anil Pradhan

Others

3  

Anil Pradhan

Others

କୋଣାର୍କ କାନ୍ଦୁଛି

କୋଣାର୍କ କାନ୍ଦୁଛି

1 min
304

ପଥର ଛାତିରେ ନିହାଣ ମୁନରେ,

ଗଢା ହୋଇଥିଲା ଉକୃଷ୍ଟ କଳାରେ।

ସିନ୍ଧୁ ବକ୍ଷରେ ଉତ୍କଳୀୟ କଳାରେ,

ଅଦ୍ବିତୀୟ ପୁଣି ପୃଥିବୀ ମଧ୍ୟରେ।

ଲେଖା ହୋଇଥିଲା ସୁନାର ଲିପିରେ,

ଅତୀତ ହଜିଛି ସମୟ ସ୍ରୋତରେ।


ବିଜେ ହୋଇଛ ପ୍ରଭୁ ଅର୍କ କ୍ଷେତ୍ରରେ,

ସୂର୍ଯ୍ୟ ନାରାୟଣ ଚଳନ୍ତି ରଥରେ।

ବାରଶ ବଢେଇ ନିହାଣ ମୁନରେ,

କେମିତି ଗଢିଲେ କଳ୍ପନା ବାହାରେ।

ରଚିଲା କଳାପାହାଡ଼ ସ୍ୱ ହସ୍ତରେ,

ଧ୍ବଂସର ତାଣ୍ଡବ ଚନ୍ଦ୍ରଭାଗା ତୀରେ।


ପ୍ରାଣ ଭରି ଯାଏ ପଥର ମୂର୍ତ୍ତିରେ,

ଓଡ଼ିଆ ଶିଳ୍ପୀର ନିହାଣ ସ୍ପର୍ଶରେ।

ଓଡ଼ିଆ ଜାତିକୁ ପରିଚିତ କରେ,

କଳାର କୋଣାର୍କ ଏସାରା ବିଶ୍ୱରେ।

ପରିଣତ ଏବେ ଧ୍ୱଂସର ସ୍ତୁପରେ,

କୋଣାର୍କ କାନ୍ଦେ ଆଜି ଚନ୍ଦ୍ରଭାଗରେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍