ଅଭିନ୍ନ ଅଭିମନ୍ୟୁ
ଅଭିନ୍ନ ଅଭିମନ୍ୟୁ
1 min
226
ଅଧର୍ମ ରଣରେ ମଲା ଅଭିମନ୍ୟୁ
ପାଇଲା ବୀର ସମ୍ମାନ।
ବାର ବରଷର ଛୁଆଟେ ବାଜିଆ
ଜୀବନ କରିଲା ଦାନ।
ସପ୍ତରଥି ମିଳି ଘେରିଣ ମାରିଲେ,
ପାଇଲା ସେ ବୀରଗତି।
ବାଳୁତ ବୟସେ ଘାଟ ଜଗିଥିଲା,
କୋହରେ ଭରଇଛାତି।
ସିଂହ ଶିଶୁ ସମ ସମର ସମ୍ଭବେ,
କରିଲା ଭିଷଣ ରଣ।
ନାଆ ନ ଛାଡିଲା ବୀରତ୍ବର ଦମ୍ଭେ,
ବଳି ଦେଲା ତାର ପ୍ରାଣ।
ଯୁଦ୍ଧ ସେ କରିଲା ରଥର ଚକରେ,
ନାମ ତାର ଅଭିମନ୍ୟୁ।
ବାହୁନି କାନ୍ଦଇ ଉତ୍କଳ ଜନନୀ,
ଅଭିନ୍ନ ସେ ଅଭିମନ୍ୟୁ।
