STORYMIRROR

Anil Pradhan

Children Stories Inspirational

3  

Anil Pradhan

Children Stories Inspirational

ଅଭିନ୍ନ ଅଭିମନ୍ୟୁ

ଅଭିନ୍ନ ଅଭିମନ୍ୟୁ

1 min
220

ଅଧର୍ମ ରଣରେ ମଲା ଅଭିମନ୍ୟୁ

  ପାଇଲା ବୀର ସମ୍ମାନ।

ବାର ବରଷର ଛୁଆଟେ ବାଜିଆ

  ଜୀବନ କରିଲା ଦାନ।


ସପ୍ତରଥି ମିଳି ଘେରିଣ ମାରିଲେ,

   ପାଇଲା ସେ ବୀରଗତି।

ବାଳୁତ ବୟସେ ଘାଟ ଜଗିଥିଲା,

   କୋହରେ ଭରଇଛାତି।


ସିଂହ ଶିଶୁ ସମ ସମର ସମ୍ଭବେ,

   କରିଲା ଭିଷଣ ରଣ।

ନାଆ ନ ଛାଡିଲା ବୀରତ୍ବର ଦମ୍ଭେ,

  ବଳି ଦେଲା ତାର ପ୍ରାଣ।


ଯୁଦ୍ଧ ସେ କରିଲା ରଥର ଚକରେ,

   ନାମ ତାର ଅଭିମନ୍ୟୁ।

ବାହୁନି କାନ୍ଦଇ ଉତ୍କଳ ଜନନୀ,

   ଅଭିନ୍ନ ସେ ଅଭିମନ୍ୟୁ।


Rate this content
Log in