STORYMIRROR

Anil Pradhan

Others

4  

Anil Pradhan

Others

ଅଢ଼େଇ ଦିନିଆ ଜୀବନ

ଅଢ଼େଇ ଦିନିଆ ଜୀବନ

1 min
338

ଏନ୍ତୁଡି ନିଆଁରୁ ଆରମ୍ଭ ହୋଇବ

ଜୁଇର ନିଆଁରେ ଶେଷ,

ଜନନୀ ଗର୍ଭରୁ ଜନମ ଲଭିବ

ମଶାଣି ଭୁଇଁରେ ଶେଷ।


ଅଢ଼େଇ ଦିନିଆ ମଣିଷ ଜୀବନ

ବାନ୍ଧିନେବ ଦିନେ କାଳ,

ସେହି କାଳ ଦିନେ ପରାଣ ଘେନିବ

ତୁଛ୍ଛହେବ ଧନ ବଳ।


ଶେଷ ସମୟରେ ସାହା ହେବ ଏକା

ସଞ୍ଚିଥିବା ଧର୍ମ ବଳ,

ବେଳ ଥାଉ ଥାଉ ଗଣ୍ଠୁଲି ବାନ୍ଧିଥା

ସଙ୍ଗେ ନେଇଯିବ କାଳ।


ଜନମ ହୋଇଲେ ମରଣ ହୋଇବ

ବେଳୁ ହୁଅ ସାବଧାନ,

ଆସିଥିଲୁ ଦିନେ ଫେରିବୁ ତୁ ଦିନେ

ମିଛେ କରୁ ଅଭିମାନ।


ଯମ ଦଉଡିରେ ବନ୍ଧାହୋଇ ଯିବୁ

ଆଉନ ଫେରି ପାରିବୁ,

ଯମର ଯନ୍ତ୍ରଣା ଯେବେ ଭୋଗୁଥିବୁ

ବାହୁନି ତୁଯେ କାନ୍ଦିବୁ।


କର୍ମଫଳ ତୋର ନିଶ୍ଚେତୁ ଭୋଗିବୁ

ପାଇବୁ ତୋ ପରିଣାମ,

ଅଭିନୟ ସାରି ବିହୁଡି ତୁ ଯିବୁ

ଏହିଯେ ସୃଷ୍ଟି ନିୟମ।


ଯେତେ ଧନ ତୁହି ସଞ୍ଚିଛୁ ଜୀବନେ

ଟଙ୍କା ପଛେ ହୋଇ ବାୟା,

ଗଲାବେଳେ ଘେନି ନଯିବୁ ସାଥିରେ

ସବୁ ଲୋଭ ମୋହ ମାୟା।


ଧର୍ମ ଧନ ସିନା ଏକା ତୋର ବଳ

ବାନ୍ଧିନେବ ଯେବେ କାଳ,

ଏ ମହୀ ମଣ୍ଡଳୁ ହେବୁ ତୁହି ପାର 

ଥିଲେ ତୋର ଧର୍ମ ବଳ।


ଲୋଭ ମୋହ ମାୟା ସଂସାରକୁ ଛାଡି

ଯିବୁତୁ ଦିନେ ବାହୁଡି,

ଟାଣି ନେବ ଦିନେ ସେ କାଳ ଦଉଡ଼ି

ପରାଣ ଯିବରେ ଛାଡ଼ି।


କେହି ରହିନାହିଁ ରହିବେ ନାହିଁଟି 

ଭବରଙ୍ଗ ଭୂମି ତଳେ,

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳବଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍