STORYMIRROR

Anil Pradhan

Others

4  

Anil Pradhan

Others

ଶ୍ରେଷ୍ଠ ପାଣ୍ଡବ

ଶ୍ରେଷ୍ଠ ପାଣ୍ଡବ

1 min
535


ସତ୍ୟ ଓ ଅହିଂସା ଗୁଣରେ ଭୂଷିତ,

ସର୍ବୋତ୍ତମ ଗୁଣରେ ସେ ମୂର୍ତ୍ତିମନ୍ତ।


ଯା ଶାସନେ ପ୍ରଜା ହୋଇନି ଲାଞ୍ଛିତ,

ପ୍ରଜାଙ୍କ ଦ୍ଵାରା ସେ ସର୍ବଦା ପୂଜିତ।


ରାଜ୍ୟ ହରାଇ କଲେ ବନଗମନ,

ଛଳେ ଲୁଟି ନେଲେ ଆତ୍ମୀୟ ସ୍ୱଜନ।


କୁନ୍ତୀ ପୁତ୍ର ସେ ତ ନାମ ଯେ କୌନ୍ତେୟ,

ଭାରତ ସଂଗ୍ରାମେ ଲଭିଲେ ବିଜୟ।


ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ

ଯା ମୁଖୁ ଶୁଣି ଦ୍ରୋଣ ତେଜିଲେ ଅସ୍ତ୍ର।


ସ୍ୱଦେହରେ କଲେ ସ୍ୱର୍ଗକୁ ଗମନ,

ଗଲାବେଳେ କଲେ ନରକ ଦର୍ଶନ।


ବୃକୋଦର ଭୀମ ଯାହାର ଅନୁଜ,

ଆଦର୍ଶ ପୁରୁଷ ସେହି ଧର୍ମରାଜ।


ମହୀ ମଣ୍ଡଳେ ସେ ସତ୍ୟସନ୍ଧ ଧୀର,

ଶ୍ରେଷ୍ଠ ପାଣ୍ଡବ ତା ନାମ ଯୁଧିଷ୍ଠିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍