STORYMIRROR

Anil Pradhan

Others

3  

Anil Pradhan

Others

ବସନ୍ତ ଆସୁଛି

ବସନ୍ତ ଆସୁଛି

1 min
192

ବସନ୍ତ ଆସୁଛି ପ୍ରିତି ଶଗଡିରେ 

 ଫଗୁଣ କୁ ସଙ୍ଗେ ଧରି।

ସଜେଇ ହୋଇଛି ନବ ପଲ୍ଲବରେ 

 ରାଜକୁମାରଟେ ପରି।


ମଳୟ ବହୁଛି ଦୂର ପାହାଡ଼ରେ 

 ବାଜୁଛି ଯୋଡ଼ି ମହୁରୀ।

ସମୀର ଗାଉଛି ମଧୁର କଣ୍ଠରେ 

  ଭ୍ରମର ବଜାଏ ତୂରୀ।


ନିହାର ପଡ଼ିଛି ପଲ୍ଲବ କରରେ 

  ଦିଶୁଛି ମୁକ୍ତାଟେ ପରି।

ଝଲସି ଉଠୁଛି ପହିଲି କିରଣେ 

 ଲାଗେ ଅବା ହୀରା ପରି।


ପ୍ରକୃତି ରମଣୀ ଅଛି ଅପେକ୍ଷାରେ 

  ମନରେ ଉତ୍ସାହ ଭରି।

ଲାଜର ଓଢ଼ଣୀ ଟାଣିଛି ମଥାରେ 

 ନୂଆଁବୋହୂଟିଏ ପରି।


ରହିଛନ୍ତି ସର୍ବେ ଆନନ୍ଦ ମନରେ 

 ଦେଖିବା ପାଇଁ ଆତୁର।

ଅଭିଷେକ ହେବ ଏ ଧରାଧାମରେ 

  ଋତୁରାଜ ବସନ୍ତର।



Rate this content
Log in