ବସନ୍ତ ଆସୁଛି
ବସନ୍ତ ଆସୁଛି
1 min
198
ବସନ୍ତ ଆସୁଛି ପ୍ରିତି ଶଗଡିରେ
ଫଗୁଣ କୁ ସଙ୍ଗେ ଧରି।
ସଜେଇ ହୋଇଛି ନବ ପଲ୍ଲବରେ
ରାଜକୁମାରଟେ ପରି।
ମଳୟ ବହୁଛି ଦୂର ପାହାଡ଼ରେ
ବାଜୁଛି ଯୋଡ଼ି ମହୁରୀ।
ସମୀର ଗାଉଛି ମଧୁର କଣ୍ଠରେ
ଭ୍ରମର ବଜାଏ ତୂରୀ।
ନିହାର ପଡ଼ିଛି ପଲ୍ଲବ କରରେ
ଦିଶୁଛି ମୁକ୍ତାଟେ ପରି।
ଝଲସି ଉଠୁଛି ପହିଲି କିରଣେ
ଲାଗେ ଅବା ହୀରା ପରି।
ପ୍ରକୃତି ରମଣୀ ଅଛି ଅପେକ୍ଷାରେ
ମନରେ ଉତ୍ସାହ ଭରି।
ଲାଜର ଓଢ଼ଣୀ ଟାଣିଛି ମଥାରେ
ନୂଆଁବୋହୂଟିଏ ପରି।
ରହିଛନ୍ତି ସର୍ବେ ଆନନ୍ଦ ମନରେ
ଦେଖିବା ପାଇଁ ଆତୁର।
ଅଭିଷେକ ହେବ ଏ ଧରାଧାମରେ
ଋତୁରାଜ ବସନ୍ତର।
