STORYMIRROR

Anil Pradhan

Others

4  

Anil Pradhan

Others

କାଳୀକା ବନ୍ଦନା

କାଳୀକା ବନ୍ଦନା

1 min
240

କରୁଣା ପାଇଁ କି ଶରଣ ପଶିଛି,

  କାଳୀକା ଚରଣ ତଳେ

ବଳିଛି ମୋ ମତି ଲେଖିବି ଚରିତ ଗୋ,

   ପଦ ଯେ ପ୍ରକାଶ କର।


ଝୁଲି ଝୁଲି ମାତ ଭ୍ରମଣ ତୋହର,

  କରୁ ଯେ ମଧ୍ୟ ରାତ୍ରରେ

ଦୁଷ୍ଟଙ୍କୁ ସଂହାରୁ ଦୃଷ୍ଟିରେ ପଡ଼ିଲେ ଗୋ,

  ସାଧୁଙ୍କୁ କରି ଉଦ୍ଧାର।


ଡାକରା ପଡ଼ୁଛି ଆହେ ବାନାମ୍ବର,

  ବାନା ଯେ ବିଖ୍ୟାତ କର

ଦୁଃଖି ଜନଙ୍କୁ ଯେ ଦୁଃଖରୁ ଉଦ୍ଧାରି ଗୋ,

   କରୁଣା ବରଷା କର।


ଯୁଗେ ଯୁଗେ ଭିନ୍ନ ଭିନ୍ନ ଅବତାର,

 ତୋ ମାୟା ନ ଜାଣେ କେହି

ସତ୍ୟଯୁଗେ ମହିର୍ଷାସୁର କୁ ନାସିଲୁ ଗୋ।

  ଦୁର୍ଗତୀ ନାଷୀନୀ ତୁହି।


ଚୈତ୍ର ମାସରେ ପରବ ତୋହର,

  ଦଣ୍ଡ ଯାତ୍ରା ଯେ ଅଟଇ

ଗ୍ରାମେ ଗ୍ରାମେ ବୁଲି ଆଶିଷ ବାଣ୍ଟୁଛୁ ଗୋ,

   କଳୀରେ କାଳୀକା ହୋଇ।


ବଳଦେବ ରଥ ତୋ ଆଶିଷ ପାଇ,

  କବିସୂର୍ଯ୍ୟ ବୋଲାଇଲେ

ଚଉପଦୀ ଚମ୍ପୁ ରଚନା କରିଲେ ଗୋ,

  ଶବ୍ଦ ସାଗର ଲଙ୍ଘିଲେ।


ମୁଁ ଯେ ଦୀନହୀନ ଅନିଲି ଅଧମ,

   ଚରଣେ ଶରଣ ଦିଅ

ଦୟା କର ମାତ ମୋଠାରେ କିଞ୍ଚିତେ ଗୋ,

   ମନବାଞ୍ଛା ପୂର୍ଣ୍ଣ କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍