STORYMIRROR

Kali Kumar

Comedy

3  

Kali Kumar

Comedy

ମୁଁ ତୁମର ରାଣୀ

ମୁଁ ତୁମର ରାଣୀ

1 min
224

ସେଦିନ ରବିବାରଟାରେ, ଛାଇ ସଂଜରେ

ବୁଢ଼ାବୁଢ଼ୀ ଆମେ ଚା' ପିଉଥିଲୁ ବସି

ସୁଖ ଦୁଃଖ ହୋଇ ଦୁହେଁ ହେଉଥିଲୁ ହସାହସି 

କେଜାଣି କାହିଁକି ଅକାଳ ତାଳଟା

            ମୋ ମୁଣ୍ଡେ ପଡ଼ିଲା ଖସି,

ସେଦିନୁ ସମ୍ପର୍କ ଆମର ନେଲା ନୂଆ ଏକ ମୋଡ଼

କଅଣ କହିବି ଭାଇ, " ସେକଥାକୁ ଆଉ ଛାଡ଼ !"


କଥାଟା ଏତିକି

ଚା' ପିଇବା ସମୟେ, 

ଗୋଟେ ମେସେଜ୍ ଆସିଲା ମୋବାଇଲକୁ ମୋର

ମୁଁ ତାକୁ ପଢ଼ିଲି ହୋଇ ଟିକେ ତରବର

ତରବରିଆ ଗୁଣଟା ସାଜିଲା 

           ମୋ ପାଇଁ କି ଭାଇ କାଳ

ଗରମ ପାଣିରେ ଜଳିଗଲା,

           ମୋ ଘର ଛପର ଚାଳ ।।


ମେସେଜ୍ ରେ ଲେଖା ଥିଲା,

               " ମୁଁ ତୁମର ଋଣୀ"

ତରବର ହେତୁ ମୁଁ ତାକୁ ପଢ଼ିଲି, 

               " ମୁଁ ତୁମର ରାଣୀ" 

ଋଣୀକୁ ପଢ଼ିଲି ରାଣୀ

ସେଇଠୁ ଆରମ୍ଭ ହୋଇଲା ଲଂକାକାଣ୍ଡର କାହାଣୀ ।।


ପାଟିରୁ ଶୁଣି ରାଣୀ

ଚିହିଡ଼ି ଉଠିଲେ ମୋ ଘରଣୀ

କହିଲେ ଚିହିଡ଼ି , " କିଏ ବା ସେ ଅଲାଜୁକୁଣୀ"

ଗିରସ୍ତକୁ ମୋର କିମିଆ କଲାଣି 

ବୁଡ଼ି ମାରିବାକୁ ମିଳୁନାହିଁ ତାକୁ ପାଣି

କହୁଛି କଅଣ ନା , " ମୁଁ ତୁମର ରାଣୀ"


ହୋଇ ହୋ ! 

ତୁମେ କଅଣ ଲାଜ ସରମ ଦେଲଣି ପୋଡ଼ି

ବୁଡ଼ା ବଅସରେ ଉଛୁଳି ପଡ଼ୁଛି

 ପ୍ରେମର ଅମାନିଆ ନଈ ବଡ଼ି

ଧର୍ମର ପଥକୁ ଛାଡ଼ି

କୁତୁକୁତୁ ହୋଇ ଶିହରି ଯାଉଛ 

ପ୍ରେମିକାର, ପ୍ରେମର ସମ୍ବାଦ ପଢ଼ି ।।


ଆଣ ! ଆଣ ! ମୋ ଜିନିଷପତ୍ର , ଯିବି ଏବେ ବାପଘର

ଆସିବ ନାହିଁ ପଛରେ ମୋର, କରିଦେଲି ଖବରଦାର

ତୁମ ପରିକା ଲମ୍ପଟ ସ୍ୱାମୀ ନାହିଁ ମୋର ଦରକାର

ଆଣ ! ଆଣ ! ମୋ ଜିନିଷପତ୍ର , ଯିବି ମୁଁ ବାପଘର ।।


ସେ ଗଲା ଦିନରୁ ଏକୁଟିଆ ମୋତେ ଛାଡ଼ି

ବିଲେଇ ବହିଟିଏ କିଣି ନିତି ବସୁଛି ପଢ଼ି

ଅ, ମାତ୍ରା, ଯୁକ୍ତାକ୍ଷର, ବିବିଧ ପାଠ ଅଛି ଯେତେ

ତନ୍ନତନ୍ନ କରି ମାଛରଙ୍କା ପରି ଧ୍ୟାନରେ ପଢ଼ୁଛି ସେତେ ।।


ନିତି କରୁଛି ପୁରୁଣା ପାଠର ପୁନରାବୃତ୍ତି

ସଂଜ ସକାଳେ ଗାଉଛି,

       ସ୍ତ୍ରୀ ରାଗ ଶାନ୍ତକାରିଣୀ ସ୍ତୁତି । (ଘୋଷା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy