STORYMIRROR

Manorama Mohanty

Romance Others

4  

Manorama Mohanty

Romance Others

ମୁଁ ତୁମକୁ ଭଲ ପାଏ

ମୁଁ ତୁମକୁ ଭଲ ପାଏ

1 min
238


ମୁଁ ତୁମକୁ ଭଲପାଏ..... ତୁମେ ଆଜି ଅନେକ ଦୂରରେ, 

ଏହି ଅସ୍ତଜହ୍ନ ଥିବ ଗୋଧୂଳିର କାକଳି ବି ଥିବ.. 

ମିଟିମିଟି ତାରାଗହଳ ରୁ ତୁମେ ଚେଇଁ ଉଠିବ କାଳେ.. 

ମୁଁ ଚାହେଁ ଖାଲି ମୋ ଝରକା ଫାଙ୍କରେ, 

ରାତିର ନିଃଶବ୍ଦ ପ୍ରହରେ ହଠାତ ମୁଁ ଚେଇଁ ଉଠେ ଦୁଃସ୍ବପ୍ନ ଦେଖି ଏକଥିତ ଭୟ ଆଶଙ୍କାରେ, 

କାଳେ ତୁମେ ଫେରିଆସି ପାଦ ରଖିବ ମୋ ଅଗଣା ଉପରେ |


ମୁଁ ତୁମକୁ ଚିଠିଲେଖେ ତୁମେ ଦେବ ଚିଠିର ଉତ୍ତର... 

ତୁମେ ବା ଆସିବ ଫେରି ମୋ ସ୍କୁଲ ଆସିବା ଆଗରୁ 

ତୁମେ ବା ଆସିବ ଫେରି ଯେତେ ସବୁ ଝନଝଟିଆ କାମ ସାରିସୁରି 

ହେଲେ ମୁଁ ତୁମକୁ ଦେଖିପାରେ ମୋର ଶତ ପ୍ରେତାତ୍ମା ଭିତରେ |


ମୁଁ ତୁମର ସ୍ବପ୍ନ ଜାଣେ ମୁଁ ତୁମର ରାତିର କବିତା 

ମୁଁ ତୁମର ଅର୍ଦ୍ଧାଙ୍ଗିନୀ ଜୀବନ ସଙ୍ଗିନୀ 

ମୁଁ ତୁମର ଗୃହଲକ୍ଷ୍ମୀ ପ୍ରେମିକାରୁ ବଳି 

ମୁଁ ତୁମର ସତୀତ୍ୱର ଧ୍ରୁବତାରା ସ୍ତ୍ରୀ ଓ ପ୍ରହରୀ |


ତୁମେ ତେବେ ଆଜି ଆସ ମୁଁ ତୁମର କ୍ଲାନ୍ତ ଅପେକ୍ଷାରେ.. 

ଛୋଟ ମୋର ଏ କୋଠରୀ ପୃଥିବୀର ଶାନ୍ତି ର ନୀଳୟ 

ଆକାଶର ଅପନ୍ତରା ରାଇଜରୁ ତୁମେ ଧାଇଁ ଆସ 

କାରଣ ମୁଁ ତୁମକୁ ଭଲ ପାଏ 

କାୟ ମନବାକ୍ୟରେ |


ମୁଁ ତୁମକୁ ଭଲପାଏ ତୁମେ ଏ କଥା ଜାଣ ଏକା 

ମୁଁ ତୁମର ଅପେକ୍ଷାରେ ପୁଞ୍ଜିଭୁତ କରି ମୋର ଏ ଦେହର ଯେତେ କାତରତା, 

ମୋ ଚିଠିର ଉତ୍ତର ବା ତୁମେ ହୁଏତ ନ ଦେବ 

ହୁଏତ ଲେଖିବ ତୁମେ ମୋ ପାଇଁ ବିରହ କବିତା, 

ମୁଁ ଆଜି ତୁମର ବାଟ ଚାହିଁ ଚାହିଁ ବସେ ଏ ରାତିର ଆକାଶରୁ ଅସ୍ତହୁଏ ତାରା, 

ମୁଁ ତୁମକୁ ଭଲପାଏ ମୋ ଘରର କୁଢ଼ କୁଢ଼ ଆସବାବ ଆଉ ଜିନିଷ ଭିତରେ |


ତୁମେ ଫେରିଆସ ଶୂନ୍ୟତା ର ଆବଦ୍ଧ ଭିତରୁ.. 

ହଜିବାର ଅନେକ ଆଗରୁ 

ବିଶ୍ୱାସର କବଚ ପିନ୍ଧାଇ ଆଉ ଚିତ୍କାରୀ କୁହନି ଛଳନାର ଭଙ୍ଗା କାଚଘରୁ, 

ଥରେ ତୁମେ କହିଦିଅ 

ମୋତେ ଭଲପାଅ ବୋଲି |


Rate this content
Log in

Similar oriya poem from Romance