Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ମୁଁ ପରମାତ୍ମାଙ୍କ ସନ୍ତାନ

ମୁଁ ପରମାତ୍ମାଙ୍କ ସନ୍ତାନ

1 min
180


(ଛନ୍ଦ-କୌଶିକ)


ପ୍ରତ୍ୟେକ ଭାବନ୍ତେ ଯଦି ହୃଦୟରେ

ମୁଁ ପରମାତ୍ମାଙ୍କ ସନ୍ତାନ

ଆତ୍ମା ହୋଇ ଶୁଦ୍ଧ ଗତିପଥ ଶୁଦ୍ଧ

ଅମୃତେ ଭରନ୍ତା ଜୀବନ

ଶାନ୍ତି ତୃପ୍ତିରେ

ସଭିଏଁ କରିଣ ବିହାର

ଆନନ୍ଦରେ ନାଚୁଥାନ୍ତା ପ୍ରାଣପକ୍ଷୀ

କରି ଜୀବନକୁ ସାକାର ।


ସକଳେ କେବଳ ପରମାତ୍ମା ଅଂଶ

ଜଣୁ ଜଣ ଅନୁଭବନ୍ତେ

ଆତ୍ମା ପରମାତ୍ମା ଦେହରେ ମିଳନ

ଏକଥାକୁ ବୁଝି ପାରନ୍ତେ

ଭ୍ରମ ନଥାନ୍ତା

କେବେ ବି କାହାର ମନରେ

ପରସ୍ପର ପାଇଁ ମଙ୍ଗଳ ମନାସି

ରହିଥାନ୍ତେ ହରଷ ଭରେ ।


କଳୁଷ କାଳିମା ଈର୍ଷା ଦ୍ୱେଷ ହିଂସା 

ହୃଦୟରେ ଜାଗନ୍ତା ନାହିଁ

ମମତା ପ୍ରୀତିରେ ସ୍ନେହ ବନ୍ଧନରେ

ସତ୍ୟ ଧର୍ମ ନ୍ୟାୟ କୋଳେଇ

ପଥ ଚାଲନ୍ତେ

ସଦ୍ଭାବନା ତୋଳି ହୃଦୟ

ପରମାତ୍ମାଙ୍କର ଅମୃତ ପରଶ

ସକଳେ ଲଭନ୍ତେ ନିଶ୍ଚୟ ।



Rate this content
Log in

Similar oriya poem from Inspirational