STORYMIRROR

Bhagabat Sahoo

Comedy Others

3  

Bhagabat Sahoo

Comedy Others

ମୁଁ ପାଠ ପଢୁଥିଲି ଭଲ

ମୁଁ ପାଠ ପଢୁଥିଲି ଭଲ

1 min
15


ମୁଁ ପାଠ ପଢୁଥିଲି ଭଲ

ମୋତେ ସାରେ କରନ୍ତି ଗେଲ

ତୁମକୁ ଯେବେଠୁଁ ଦେଖିଦେଲି ମୁଁ

ମୋର ସବୁ ହେଲା ଗଣ୍ଡ ଗୋଳ 

ମୁଁ ବାନ୍ଧିଲି ପଢା ର ଡୋର !!

ମୋଦେହ ଭୂଗୋଳ ଥିଲା ଭଲ

ମୋର ଇତିହାସ ଥିଲା ଭଲ

ଇଂରାଜୀ, ବିଜ୍ଞାନ, ହିନ୍ଦୀ, ଓ ସାହିତ୍ୟ

ସବୁଥିଲା ମୋର ଭଲ

ମୋର ଅଙ୍କ ହେଲା ଭୁଲ ଭାଲ !!

ଏକରେ ଏକ କୁ ମିଶାଇଲି ଯେବେ

ଏକ ହୁଏ ଯୋଗ ଫଳ

ତହିଁରେ ଏକକୁ ମିଶେଇଲା ପରେ

ସଂଖ୍ୟା ହୁଏ ତିନି ମୋହର

ମୋର ଡ୍ରଇଁ ହୁଏ ଭାରି ଭଲ !!

ଅପଢା ସାହିତ୍ୟ ପଢ଼ିଲି ମୁଁ ବସି

ମୋତେ ନିଦ ହେଲାନାହିଁ ଭଲ

ଇଂରାଜୀରେ ଥିଲା ଛବିଶି ଅକ୍ଷର

ମୋ ପାଇଁ ହେଲା ଫୋର

ବିଜ୍ଞାନ କହିଲା ୱାଣ୍ଡରଫୁଲ !!

ମନ କାଗଜରେ ଚିତ୍ର ମୁଁ ଆଙ୍କିଲି

ତୁମର ତ ବାରମ୍ବାର

ହିନ୍ଦିତ କହିଲା ଡେରି କର ନାହିଁ

ଯେତେ ଶୀଘ୍ର ସାଦି କର

ଏବେ ଅଠର ବୟସ ତୋର !!

ତାହା କଥା ମାନି ବାହା ହେଇଗଲି

କଲି ମୁଁ ଘର ସଂସାର 

ପୁଅଟେ ହେବାରୁ ତିନି ହୋଇଲୁ

ଜାଣିଲି ମିଶାଣ ଫଳ

ମୁଁ ଏବେ ହାଣ୍ଡିଶାଳ ମାଷ୍ଟର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy