ମୁଁ କିଏ?
ମୁଁ କିଏ?
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୁଁ ହିଁ ଯେ ବ୍ରହ୍ମ ଅନପେତ । ଦେହ ଇନ୍ଦ୍ରିୟ ବିରହିତ ।।
ମୁଁ ନିତ୍ୟ ଶୁଦ୍ଧ ବୁଦ୍ଧ ମୁକ୍ତ । ନିର୍ମଳ ନିର୍ବିକାର ଶାନ୍ତ ।।
ମୁଁ ସର୍ବାଧାର ସର୍ବବ୍ୟାପୀ । ଅଟେ ସବୁର ଦ୍ରଷ୍ଟା ସାକ୍ଷୀ ।।
ସର୍ବ ଘଟରେ ବିରାଜଇ । ସଚ୍ଚିଦାନନ୍ଦ ଭାବ ବହି ।।
ଶକ୍ତିସ୍ଵରୂପ ମୁଁ ଅବ୍ୟକ୍ତ । ମୋ ହେତୁ ସର୍ବେ ଆତ ଯାତ ।।
ନିର୍ଲେପ ମୁହିଁ ଜ୍ଞାନ ମୟ । ଅଜନ୍ମା ଅସଙ୍ଗ ଅକ୍ରିୟ ।।
ମୁଁ ପରମାତ୍ମା ପରାତ୍ପର । ମନ ଓ ବୁଦ୍ଧିର ବାହାର ।।
ମୋତେ ଯେ ଜାଣେ ଆତ୍ମ ଭାବେ । ନ ହୁଏ ଦାୟଗ୍ରସ୍ତ ଭବେ ।।
ହୁଏ ସେ ହର୍ଷ -ଶୋକାତୀତ । ଦେଖଇ ବିଶ୍ଵ ବ୍ରହ୍ମଭୂତ ।।
ଆନନ୍ଦେ ସଦା ବିଚରଇ । ବିଷୟା ରସେ ନ ପଡଇ ।।
ସେହି ଯେ ନର ଆତ୍ମଜ୍ଞନୀ । ନିଜେ ହିଁ ବ୍ରହ୍ମ ଥାଏ ଜାଣି ।।
ଭାବବନ୍ଧନ ନ ଲାଗଇ ପଦ୍ମ । ଯେ ସନେ ପଙ୍କେ ଥାଇ ।।
ସେହି ମହାନ ମହାପ୍ରାଣ । ସାର୍ଥକ ହୁଏ ତା ଜୀବନ ।।
ବିଦେହ ମୁକ୍ତି ଲଭେ ସେହି । ସଂସାର-ଚକ୍ରୁ ଚ୍ୟୁତ ହୋଇ ।।