“ଆତ୍ମା-ଭାଗବତ”
“ଆତ୍ମା-ଭାଗବତ”
1 min
13.6K
"ନର ଦେହେ ନାରାୟଣ.... "- ନିତିଦିନ ବୋଲ
ଛୁଇଁଦେଲି ବୋଲି..., ତୁମେ ମାରା ହୋଇଗଲ ?
କାହିଁ ଗଲା ତୁମର ସେହି "ବିବେକ-ଦର୍ପଣ"
ମାଜି ଦେଖ- "ଅଛୁଆଁ କିଏ ?" : "ମୁଁ " ଅବା "ନାରାୟଣ" !
ଚାରି କାନ୍ଧୁ ମଡ଼ା ଡାକେ "ରାମ ନାମ ସାର"
ହେଲେ ଟୁଙ୍ଗୀ ଘରେ ପାଲଟିଛ ଜିଅନ୍ତା “ମୁର୍ଦ୍ଦାର”
ଘଟେ ଘଟେ ପ୍ରଜ୍ଜ୍ୱଳିତ ଦେବତ୍ୱର ଝୁଲ
ଖୋଲି ଦିଅ ହୃଦ-ଦ୍ୱାର, ଆଖି ତୁମ ଖୋଲ
ମିଛ କିଏ? ସତ କିଏ? ଦେଖ ଥରେ ଦେଖ
ଦେହ ଘରେ ଗାଇ ଉଠ ଆତ୍ମା-ଭାଗବତ
ଜାଗି ଉଠୁ ଦେବତ୍ୱର ସେହି ମହାଶିଖା
ଜଳି ଯାଉ ଭେଦ-ଭ୍ରାନ୍ତି-ଅଜ୍ଞାନର ଶାଖା
"ରାମ ନାମ " ନୁହେଁ ଖାଲି ଚାରି କାନ୍ଧେ ସତ
ଅଖଣ୍ଡ ଅନାଦି “ରାମ” ସର୍ବତ୍ର ବିଦିତ
ମୁଁ ସତ
ତୁମେ ସତ
ମିଛ ଏ ଜଗତ...