Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
293


ପିଞ୍ଜରାରେ ପକ୍ଷୀ ବାନ୍ଧି ହୋଇ ଅଛି

ଦହନରେ ଜଳୁ ଅଛି

ଦିଗନ୍ତ ପ୍ରସାରୀ ଆକାଶର କଥା

ଝୁରି ଝୁରି କାନ୍ଦୁ ଅଛି ।


କିଏ ବା ବୁଝିବ ତା ମନୋ ବେଦନା

ଦହନ ଜ୍ୱଳନ କଥା

ମନ ମାରି ସିଏ ଯାହା ଦେଲେ ଖାଏ

ମନେ ପଡ଼େ ସ୍ଵାଧୀନତା ।


ତା ଚେତନା ଆଜି ଜଡ଼ ହୋଇଅଛି

ତା ଅସ୍ତିତ୍ଵ ପରା ବନ୍ଦୀ

ବନ୍ଧନରୁ ମୁକ୍ତ କେମିତି

ହୋଇବ

ବସି ବସି ଭାବୁ ଅଛି ।


ଇଶ୍ଵର ଦତ୍ତ ତ ସମସ୍ତ ବୈଭବ

ଆଜି ସିଏ ହରାଇଛି

ନୀଳ ଆକାଶରେ ଉଡ଼ିବା କଥାକୁ

ମନେ ମନେ ଭାବୁ ଅଛି ।


ମନେ ଭାବୁ ଭାବୁ ଖୋଲିଗଲା ଦିନେ

ପଞ୍ଜୁରୀର ରୁଦ୍ଧ ଦ୍ଵାର

ଅନନ୍ୟ ଆନନ୍ଦେ ଭରିଗଲା ପରା

ପକ୍ଷୀର ମନ ମନ୍ଦିର ।


ହେଲେ,

ମନ ପକ୍ଷୀ ଆଜି ବନ୍ଦୀ ହୋଇଅଛି

ମୋହ ବନ୍ଧନ ପିଞ୍ଜରେ

ଆତ୍ମା କାନ୍ଦୁ ଅଛି ଗୁମୁରି ଗୁମୁରି

ଚେତନା ରେ ମଳି ଜମେ ।


ଶାନ୍ତି ତ ଆତ୍ମାର ଅସଲ ଗହଣା

ମନ ତାକୁ ହଜାଇଛି

ମନ ହୋଇଅଛି ଆନମନା ପରା

ଆତ୍ମା ଡାକ ନ ଶୁଣୁଛି ।


ଆତ୍ମା ତ ଅଟଇ ଶାନ୍ତିର ମନ୍ଦିର

ଚିର ପ୍ରସନ୍ନତା ଭରା

ଚେତନାରେ ସଦା ସୁଭାବନା ତାର

ପବିତ୍ର ଭାବ ନିଆରା ।


ମନ ପକ୍ଷୀ ତୁ ରେ ନିଜର ବନ୍ଧନ

ଯେଉଁ ଦିନ ଖୋଲି ଦେବୁ

ପରମ ଆନନ୍ଦେ ପୁରି ଯିବ ପ୍ରାଣ

ମୁକ୍ତିର ସ୍ଵାଦ ଚାଖିବୁ ।


ଆତ୍ମାର ଡାକରେ ଖୋଲି ଦେ ରେ ମନ

ତୋର ବନ୍ଧନର ଦ୍ଵାର

ସେ ମୁକ୍ତିର ସ୍ଵାଦ କେତେ ଯେ ମଧୁର

କହି ଛନ୍ତି ଗିରୀଧର ।


ତୋ ମୁକ୍ତିର ଚାବି ତୋହରି ହାତରେ

ଆଉ ବିଳମ୍ଵ ନକର

ମଣିଷ ଜନମ ତୁ ସାର୍ଥକ କରି ଦେ

ମିଳିବ ଚିର ଆନନ୍ଦ ।


Rate this content
Log in

Similar oriya poem from Inspirational