ମୁହୂର୍ତ୍ତ
ମୁହୂର୍ତ୍ତ
ମୁହୂର୍ତ୍ତ !
ତୋ ଉପରେ କଣ ଅଛି କା' ର ଆୟତ୍ତ !
ତୁ ତୋ ବାଗରେ ଆସୁ
ତୁ ଚାହିଁଲେ ହସୁ
ମନ କହିଲେ ବସୁ
ହୃଦୟ ଟିଙ୍ଗ୍ ଟଙ୍ଗ୍ ହେଲେ ରସୁ
ତୁଚ୍ଛାକୁ ଖାଲି କିଛି ବୁଝି ନ ପାରି ଆମେ ଯାହା
କାଗଜ କଲମ ଧରି
ଭଲ ମନ୍ଦର ଗଣିତ କଷୁ
ତୁ କିନ୍ତୁ ଆମ ଦୌଡା ଦେଖି
ମୂର୍କି ମୂର୍କି ହସୁ
କହୁ ନିର୍ବୋଧ ମଣିଷ
ତୁ ସତରେ ଗୋଟେ ଶିଶୁ।
କିଛି ତୋ ହାତରେ ନାହିଁ
ମୁହୂର୍ତ୍ତର ଦାସ ତୁହି
ତେବେ ବି
ତୁଚ୍ଛାକୁ ଏତେ ବଡେଇ କଣ ପାଇଁ!
କିଛି ତୋର
କିଛି ନାହିଁ ବି
କେବଳ ଏଇ ମୁହୂର୍ତ୍ତ ତୋର
ତାକୁ ପ୍ରେମ କର
ଖୁସି ବାଣ୍ଟି ଖୁସି ରହ।
ବର୍ତ୍ତମାନ ସବୁ
ବର୍ତ୍ତମାନକୁ ବଞ୍ଚ
କାଲି କିଛି ତୋର ହେବ ନାହିଁ
କିମ୍ବା କୌଣସି କମେଇଁବା ଧନ
ତୋ କାମରେ ଆସିବ ନାହିଁ।
ଏଣୁ ଏଇ ମୁହୂର୍ତ୍ତରୁ ବାଣ୍ଟି ଚାଲେ
ସ୍ନେହ,ପ୍ରେମ,ସହଯୋଗ, ସଦ୍ଭାବ।