Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମରତେ ଅଦ୍ଭୁତ ଲୀଳା

ମରତେ ଅଦ୍ଭୁତ ଲୀଳା

1 min
9



   ଯମୁନା ନଈର ବାଲି,

ବରଷକ ଥରେ ଆସିଛି ହୋଲି,

   ନାଚ ଆଜି ଝୁଲି ଝୁଲି l


    ନିଆଳି ଝରା ପୀୟୂଷ,

ବୃନ୍ଦାବନେ ଯିବା ମିତଗୋ ଆସ,

   କହ୍ନେଇ ବସନ୍ତ ରାସ l


   ବ୍ରଜଦାଣ୍ଡେ ବନମାଳୀ,

ଶ୍ରୀଦାମ, ସୁବଳ, ଅର୍ଜୁନ, ହଳୀ

    ବ୍ରଜ କାମିନୀ ଗହଳି l


   ମଥୁରା କହ୍ନେଇ ଗଲା,

ମଞ୍ଚାରୁ ପଡ଼ିଲା ମାମୁଁଟା ମଲା

   ମଞ୍ଚ ପରେ ବସିଥିଲା l


   ଆନନ୍ଦ ଯଶୋଦା ନନ୍ଦ,

ହୋଲି ଖେଳୁଛନ୍ତି ପରମାନନ୍ଦ,

   ସଖା ସଖୀ ବୃନ୍ଦ ବୃନ୍ଦ l


    ମଥୁରା କଟକ ହାଟ,

ରଙ୍ଗ ଅବିରରେ ଲାଗିଲା ନାଟ

   ନନ୍ଦ ଚାଟ ନଟ ଖଟ l


  ହାତେ ରଙ୍ଗ ପିଚକାରୀ,

ଭବରଙ୍ଗ ରଙ୍ଗେ ଆନନ୍ଦକାରୀ

   ଆନନ୍ଦକନ୍ଦ ଶ୍ରୀହରି l


  ଭକ୍ତରଙ୍ଗ ରଙ୍ଗେ ବାଇ,

ଶ୍ରୀମତି ଶ୍ରୀପତି କଳା କହ୍ନାଇ,

  ନାଚ ସବୁ ଥେଇ ଥେଇ l


  ଧନ୍ୟରେ କଳା ନାବିକ,

ଗୋପ ଗୋପାଳୁଣି କଳା ମାଣିକ,

   ଭବ ବାରିଧି ବାୟକ l


   ମରତେ ଅଦ୍ଭୁତ ଲୀଳା,

ଧନ୍ୟ ଶିରିପତି ରୂପ ତୋ କଳା

   ଅଧମ ପାଦେ ନମିଲା l



Rate this content
Log in

Similar oriya poem from Inspirational