STORYMIRROR

Gangotri Priyadarshini

Abstract Inspirational Others

4  

Gangotri Priyadarshini

Abstract Inspirational Others

ମୋତେ ନିଜ ସ୍ୱରୁପରେ ରହିବାକୁ ଦିଅ

ମୋତେ ନିଜ ସ୍ୱରୁପରେ ରହିବାକୁ ଦିଅ

1 min
90


ତୁମେ ଯଦି ରାମ ହେବାକୁ ଚାହଁ

ରାମ ହୁଅ ....

କିନ୍ତୁ ମୁଁ ତୁମ ପାଇଁ କେବେ ସୀତା ହେଇ ପାରିବିନି ....

ମୋତେ ବନବାସ ର ଭୟ ନାହିଁ 

କିନ୍ତୁ ପବିତ୍ରତାର ପ୍ରମାଣ ....

ମୁଁ ଵାର ବାର ଲାଞ୍ଛନା ସହି 

ଦେଇ ପାରିବିନି ....

ଅଗ୍ନି ପରୀକ୍ଷା ଦେବା ପରେ ମଧ୍ୟ

ମୁଁ ତୁମ ପରିତ୍ୟକ୍ତା ହେଇ ପାରିବିନି ।


କିନ୍ତୁ ମୁଁ ଉର୍ମିଳା ନିଶ୍ଚୟ ହେବି

ତାଙ୍କ ଭଳି ଅପେକ୍ଷା କରିବି ....

ଲକ୍ଷ୍ମଣ ଙ୍କ ଫେରିବା ବାଟକୁ

ଚାହିଁ ରହିବି ....

ଯେତେ ଯାଏ ଜୀବିତ ଥିବି

କେବଳ ଲକ୍ଷ୍ମଣ ର ହେଇ ରହିବି ....

ଦୁଃଖ ନାହିଁ ନଗଣା ହେଉ ସତୀରେ ମୋ ନାଁ

ମାତ୍ର ମୁଁ କେବେ ତୁମ ପାଇଁ ସୀତା ହେଇ ପାରିବିନି ....


ଯଦି ଜୀବନ ରେ ତୁମେ କେବେ

ଧୃତରାଷ୍ଟ୍ର ହେଲ ....

ତୁମେ ମୋତେ କେବେ ବି ଗାନ୍ଧାରୀ

ସ୍ୱରୂପ ରେ ପାଇବନି ....

ମୁଁ ନିଜ ନୟନ ରେ ପଟ୍ଟି ବାନ୍ଧି

ଅଧର୍ମ କୁ ସାହାରା ଦେବିନି ....

ଯଦି ଏହା ପତିଧର୍ମ ର ଶ୍ରେୟଭୁକ୍ତ 

ମୁଁ ଏମିତି ପତିଧର୍ମ କେବେ ପାଳନ କରିବିନି ....

ଅଧର୍ମକୁ ପ୍ରଶୟ ଦେଇ ପାରିବିନି ।।


ତୁମେ ଯଦି କୌନ୍ତେୟ ହେବ ହୁଅ

ମୋଠୁ ମୁଁ ଦ୍ରୌପଦୀ ହେବାର ଆଶା

ରଖିବନି ....

ମୁଁ ନିଜ ଲଜ୍ଜା ନିବାରଣ କରି ପାରିବି

ଶସ୍ତ୍ର ଉଠେଇବି, ମୁଁ ଦୁର୍ଗା ହେଇ ସଂହାର କରିବି ....

ମାତ୍ର ତୁମ ପାଇଁ ଦ୍ରୌପଦୀ କେବେ ହେବିନି ।।


ତୁମେ ଯେବେ କୃଷ୍ଣ ହେବ

ତେବେ ମୋତେ ରୁକ୍ମିଣୀ କି ରାଧାରେ କେବେ ଖୋଜିବନି ....

ମୁଁ କେବେ ତାଙ୍କ ଭଳି ପତ୍ନୀ ହେବା ଆଶା ରେ ରହିବିନି ....

ନା ରାଧା ଭଳି ରାସକେଳି ରେ ସହଯୋଗୀ ହେବି ।।


ମୁଁ ନିଜ ପ୍ରେମରେ ତୁମ ପାଇଁ ମୀରା ଭଳି ନିଶ୍ଚୟ ହେବି ....

ତନ, ମନ, ଧନ ସବୁକିଛି ତୁମପାଖେ

ସମର୍ପି ଦେବି ....

କିନ୍ତୁ ତୁମଠୁ କିଛି ପାଇବାର 

ପ୍ରୟାସ କରିବିନି ....

ହଁ ଏହା ସତ୍ୟ ଯେ ,

ମୁଁ କେବେ ରାଧା କି ରୁକ୍ମିଣୀ ହେବିନାହିଁ ।।


ମୋତେ ତୁମେ ଖୋଜିବନି

ଏମିତି କୌଣସି ବି ଚରିତ୍ରରେ ....

ମୁଁ ସ୍ତ୍ରୀ କେବଳ ସ୍ତ୍ରୀ ହିଁ ହେଇ ରହିବି

ମୁଁ ଶାନ୍ତି ଏବଂ ସମ୍ମାନର ପ୍ରତିଷ୍ଠା ପାଇଁ

ଶାସ୍ତ୍ର ଏବଂ ଶସ୍ତ୍ର ଉଭୟ ଧାରଣ କରିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract