ମୋତେ ଜନ୍ମ ଦିଅ
ମୋତେ ଜନ୍ମ ଦିଅ
ହେ ମା' ! ମୋର କ'ଣ ଦୋଷ ?
ମୁଁ ଦୁନିଆ ଦେଖିବା ଆଗରୁ ମୋତେ
ଅନ୍ଧାରି ମୂଲକରୁ ଶେଷ କରିଦେଉଛ ,
ଓଃ ମୁଁ ଝିଅଟେ ବୋଲି
ତମେ ବି ତ ମୋ ପରି ଝିଅ
ହେଲେ ତୁମ ମାଆ ତୁମକୁ
କେମିତି ଜନ୍ମ ଦେଇଛନ୍ତି ?
ସେ ବି ତ ତମକୁ ମାରି ପାରିଥା'ନ୍ତେ ?
ମୋତେ ବଞ୍ଚାଅ ମାଆ ମୁଁ
ଝାନ୍ସୀରାଣୀ ଲକ୍ଷ୍ମୀବାଈ ହେବି ,
ମୁଁ ମଦର ଟେର୍ସା ହେବି ;
ମୁଁ ପୁଅମାନଙ୍କ ପରି ତୁମର ସବୁ
ଆଶା ଓ ସ୍ଵପ୍ନକୁ ପୂରଣ କରିବି ମା'...
ମୋତେ ଜନ୍ମଦିଅ ମାଆ
ମୋତେ ବଞ୍ଚିବା ସୁଯୋଗ ମିଳୁ ମାଆ..
ମୋତେ ଏତେ ନିଷ୍ଠୁରତାର ସହ
ଏ ଅନ୍ଧାରି ମୂଲକ ମଧ୍ୟରେ
ମାରିଦିଅନା ମାଆ
ମାରିଦିଅନା ।
ପ୍ରତିମା ଓଝା
ଜଗତସିଂହପୁର
