STORYMIRROR

Pratima Ojha

Others Romance

3  

Pratima Ojha

Others Romance

ବାରମ୍ବାର ଆସ

ବାରମ୍ବାର ଆସ

1 min
14.3K


ଥରେ ତମେ ଆସନ୍ତକି?

ମୋ ହୃଦୟର ନିଷିଦ୍ଧ ଇଲାକାକୁ,

ଗୋ'ମୟରେ ଲିପି ପୋଛି

ସଫା କରି ଦେଇଛି,

ହୃଦୟ ଦୁଆରେ ଜଗେଇଛି

ସମର୍ପିତ ହୋଇ ଯିବାର ଇଛାକୁ,

ମନ ମନ୍ଦିରରେ ଅପେକ୍ଷା କରିବାକୁ କହିଛି ଆବେଗକୁ।

ସାତରଙ୍ଗି ମୁରୂଜରେ ସଜାଇଛି

ଦରପୋଡା ଅତୀତକୁ

ଖୁବ୍ ସନ୍ତର୍ପଣରେ ନିନ୍ଦାକୁ ଡରି,

ସଜ ଫୁଲରେ ଗଭା ପାରିଛି

ବାରମ୍ବାର ତମ ଆସିବା ପାଇଁ

ସକାଳୁ ସଂଜ ଯାଏ

ରାତି ପରେ ରାତି ଆଖିରେ

କଜଳ ଭରି।

ମୀରା ବୋଲି ଯେବେ

ଭାବୁଥାଅ ତେବେ,

ଥରେ ଆସି ବୁଲି ଯାଅ।

ରାଧା ବୋଲି ଯେବେ

ଭାବୁଥାଅ ତେବେ

ବାରମ୍ବାର ଆସୁଥାଅ।

-ପ୍ରତିମା ଓଝା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍