STORYMIRROR

JYOTI PRAKASH CHINDRA

Inspirational Others

3  

JYOTI PRAKASH CHINDRA

Inspirational Others

ମୋ ମାଆ

ମୋ ମାଆ

1 min
13.5K


ସେଇତ ମୋ ମାଆ

ସେନେହରେ ଭରା ପରାଣ ତାଆର

ମମତାର ଅନ୍ୟ ନାଆ

ସେଇତ ମୋ ମାଆ ।

ପଣତ କାନି ତା ଅନନ୍ତ ଆଶରା

ହାତ ଅଙ୍ଗୁଳି ପରଶ

ପୋଛି ହୋଇଯ଼ାଏ ଯ଼େତେ ଦୁଃଖ କଷ୍ଟ

ରହେନା ତ ଅବଶୋଷ

ବହୁ ପଛେ ଯ଼େଡ଼େ ବାଆ

ଛାତି ଟାଣ କରି ଛିଡ଼ା ହେବ ସିଏ

ମୋ ସୁଖ ଦୁଃଖର ସାହା

ସେଇତ ମୋ ମାଆ ।

ଯ଼ାତନା ସବୁ ସେ ଲୁଚାଏ ଛାତିରେ

ମୁଖ ସଦା ହସ ହସ

ତା ମୁଖରୁ ସତେ ଝରିଯ଼ାଏ ଯ଼େତେ

କଥାର ଅମୃତ ରସ

(ସତେ) କେଡ଼େ ନିରୀହ ତା ଚାହାଁ

ମିଛିମିଛିକା ବି କାନ୍ଦି ପକାଇଲେ

ଚହଲିଯ଼ାଏ ତା ହିଆ

ସେଇତ ମୋ ମାଆ ।

ସବୁ ରାଗ ରୁଷା କ୍ଷଣିକେ ଉଭାଏ

ଦେଖିଦେଲେ ତାର ମୁହଁ

ପଣତରେ ତାର ପୋଛି ହୋଇଯ଼ାଏ

ସଂସାର ଯ଼ାକର ଲୁହ

ଧରା ଠାରୁ ମହନୀୟା

ସକଳ ଦେବତା ପରଶ ଉର୍ଦ୍ଧ୍ୱରେ

ତା ଆଶିଷ ଭରା ଛୁଆଁ

ସେଇତ ମୋ ମାଆ ।

ସରଗ ତା କୋଳ ତା ଠାରୁ ବି ବଡ଼

ତା ପଦ୍ମ ପଦଯୁଗଳ

ତାକୁ ଛାଡ଼ି କାହିଁ ମୁକ୍ତି ମାର୍ଗ ନାହିଁ

ସେନେହେ ହେବି ବିଭୋର

ମାଆ ସେ ମୋ ପୂଜନୀୟା

ଅଗ୍ରପୂଜ୍ୟ ଗଜାନନ ଠାରୁ ମଧ୍ୟ

ସଦା ଅଗ୍ରେ ବନ୍ଦନୀୟା

ସେଇତ ମୋ ମାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational