ଅସହାୟ ପ୍ରେମ
ଅସହାୟ ପ୍ରେମ
1 min
13.6K
ଶତୃ କାତର ନୁହେଁ ମୁଁ ଯେ ତିଳେ,
ଆପଣା ବିରହ ନିତି ମୋତେ ଜାଳେ ।
ପ୍ରେମ ଠାରୁ ତୀକ୍ଷ୍ଣ ନୁହେଁ ଖଣ୍ଡା ଧାର,
ଟଳି ପଡେ କ୍ଷଣେ ନ ବାହି ରୁଧିର ।
ପ୍ରତି କ୍ଷଣ କରେ ହୃଦୟ ବିଳାପ,
ସତେ ପ୍ରେମ ନୁହେଁ ସେଯେ ଅଭିଶାପ ।
ଧିକ୍କାର ତାର ଆଜି ବି ପ୍ରଭାବୀ,
ପ୍ରଜ୍ୱଳିତ କରେ ଆତ୍ମାହୁତି ଛବି ।
କେବେ ଯଦି ଅବା ମୃତ ମୋତେ ପାଅ,
ଏ କଥା କେବେହେଁ ନ ପାସୋରି ଯାଅ ।
ଶତୃ କାତର ନୁହେଁ ମୁଁଯେ ତିଳେ,
ଆପଣା ବିରହେ ନିତି ମୁଁ ଯେ ଜଳେ ।
ମୂର୍ମୁଷୁ ପ୍ରାୟ ଶରୀର କବଳେ,
ପ୍ରତି କ୍ଷଣ ମୁଁ ଯେ ଜଳିବାକୁ ଜଳେ ।
ତୃଷ୍ଣା ନହିଁ ତାର କୋମଳ ସ୍ପର୍ଶର,
ଅବା ଅଭିପ୍ସା ତା ପାଇଁ ପ୍ରତିଶୋଧର ।
କ୍ଳେଶ ଯେ ଏତିକି ମୋ ପ୍ରେମ ପରିଧି,
କରି ଥିଲା ସତେ ତାକୁ ପଣବନ୍ଦୀ ।
