STORYMIRROR

JYOTI PRAKASH CHINDRA

Others

3  

JYOTI PRAKASH CHINDRA

Others

ତଥାପି ମୁଁ ସ୍ୱପ୍ନ ଦେଖେ

ତଥାପି ମୁଁ ସ୍ୱପ୍ନ ଦେଖେ

1 min
27.2K


କେହି କେବେ ବୁଲି ଯାଇଛକି

ଏହି ଅଳ୍ପାୟୁ ମାନବର ସୁନେଲି ସ୍ୱପ୍ନ ରାଇଜକୁ

କେହି କେବେ ଦେଖିଛକି

ଏହି କ୍ଷଣଭଙ୍ଗୁର ସଂସାରର ବାସ୍ତବିକ ସୁଖକୁ

ହେଲେ ଏଠୁଁ ଧାଇଁଚାଲେ

ସେି ଅଜଣା ରାଇଜର ସନ୍ଧାନରେ

ଯେମିତି ନଦୀ ଧାଇଁଚାଲେ

ମିଶିବାକୁ ସମୁଦ୍ର ଗର୍ଭରେ

ହେଲେ ନଦୀ ତ ଜାଣିଚି ତା ସମୁଦ୍ରର ଠିକଣା

ପକ୍ଷୀ ବି ଜାଣିଛି ତା ନିଡର ଠିକଣା

ହେଲେ କାହିଁକି କେଜାଣି ମୋ ପ୍ରତିଛବି ମୋତେ

ପ୍ରତିମୁହୂର୍ତ୍ତରେ ତାତ୍ସଲ୍ୟ କରେ

କାଳେ ମୁଁ ଗୋଟେ ବାଟବଣା

ମୁଁ ଥକିପଡେ

ଶୋଇଯାଏ ଅଳସି ଆଖିରେ ପୁଞ୍ଜାଏ ସ୍ୱପ୍ନ ନେଇ

ମାଆର ଉଷୁମ ପଣତରେ ଢାଙ୍କି ହୋଇ

ଅଚାନକ ମୁଁ ଅନୁଭବ କରେ

ମୋର ବାସ୍ତବିକ ସୁଖକୁ

ଆଉ ପାଦଥାପିଥିବା ଅର୍ଦ୍ଧନଗ୍ନ ନୈସର୍ଗିକ ସ୍ୱପ୍ନ ରାଇଜକୁ

ମାଆ କହେ ଧନ ଏଠି ଅନ୍ଧାର ପକ୍ଷେକୁ ଆଲୁଅ ପକ୍ଷେ

ତଥାପି ମୁଁ ସ୍ୱପ୍ନ ଦେଖେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍