ମୋ ମାଆ
ମୋ ମାଆ
ଶୁଭ ସକାଳର
ଓଁକାର ନିନାଦେ
ଶୁଣେ ମୁଁ ଯାହାର ନାଆଁ
ସେ ମୋ ମାଆ, ସେ ମୋ ମାଆ ।
ସ୍ଥୂଳ ଶରୀର ରେ
ଦେଇଛି ପରାଣ
ଜଗତେ ନାହିଁ କେ
ତା'ର ହୃଦ ସମ
ଅମୃତ ତାହାରି ଛୁଆଁ
ସେ ମୋ ମାଆ,ସେ ମୋ ମାଆ ।
ଗୁଣ୍ଡେ ଖାଇ ଗୁଣ୍ଡେ
ସଞ୍ଚି ସେ ରଖଇ
ବିପଦେ ଆପଦେ
ଆହା ସେ କହଇ
ସେତ ଆମ ପ୍ରାଣ ନାହା
ସେ ମୋ ମାଆ, ସେ ମୋ ମାଆ ।
ଅକୁହା କଥା କୁ
ସେ ବୁଝି ପାରଇ
ଫେରିବା ବାଟକୁ
ସେ ଜଗି ବସଇ
ଭୁଲି ନିଜ ଦୁଃଖ ବ୍ୟଥା
ସେ ମୋ ମାଆ,ସେ ମୋ ମାଆ ।